Odisha Link
Bridging the Missing Links in Odisha

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବସ୍‌ ଚଳାଚଳ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଚଳାଚଳ କରିବ ବସ୍‌। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ରାଜ୍ୟରେ ବସ୍ ସେବାକୁ ପୂର୍ବ ଭଳି ସ୍ବାଭାବିକ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି। ପୂର୍ବରୁ ରେଡ଼ ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି। ଏବେ ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି।

ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ। ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ ସେଥିନେଇ ଆଜି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେହି କାମ ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

Comments are closed.