Odisha Link
Bridging the Missing Links in Odisha

ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର, ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି ନୂଆ କରି ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଁଞ୍ଚିଛି। ଏଥିସହିତ ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ତ‌ଥ୍ୟ ପ୍ରକାଶ କରିଛନ୍ତି।

ଗଞ୍ଜାମରେ ଚିହ୍ନଟ ହୋଇଥିବା ୧୫ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ସୁରତ ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ, ଅନ୍ୟଜଣେ ଆକ୍ରାନ୍ତ ବେଙ୍ଗାଲୁରୁ ଫେରନ୍ତା ବୋଲି ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୩ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଖୋର୍ଦ୍ଧାର ଜଣେ ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ଲୋକ ସମ୍ପର୍କ ବିଭାଗ।

କଟକର ଜଣେ ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ବୌଦ୍ଧର ଜଣେ ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ବଲାଙ୍ଗୀରର ୨ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ନୟାଗଡ଼ର ୩ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ଅହମ୍ମଦାବାଦ ଫେରନ୍ତା ବୋଲି ଜଣାପଡ଼ିଛି।

ସେହିପରି ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କନ୍ଧମାଳର ୨ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସେମାନେ ତାମିଲନାଡୁ ଫେରନ୍ତା। ପୁରୀରେ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରେ ୨ଜଣ ତାମିଲନାଡ଼ୁରୁ, ଜଣେ ଆନ୍ଦ୍ରପ୍ରଦେଶରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ, ଅନ୍ୟ ଜଣେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ହୋଇ ଥିବା ଜଣାପଡ଼ିଛି। ଯାଜପୁରରେ ୧୬ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୭ପଶ୍ଚିମବଙ୍ଗ, ଆନ୍ଧ୍ରରୁ ୪, ଅହମ୍ମଦାବାଦରୁ ୪, ଜଣେ ତେଲେଙ୍ଗାନାରୁ ଫେରିଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.