Odisha Link
Bridging the Missing Links in Odisha

ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା ତାରିଖ, କେବେ ହେବ ଜାଣନ୍ତୁ

ଭୁବନେଶ୍ବର: ମହାବାତ୍ୟା “ଅମ୍ପାନ୍” ପାଇଁ ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା। ମହାବାତ୍ୟାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହୋଇଥାନ୍ତେ। ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିିକ୍ ଖାତାଦେଖା ହେବ। ଘରଠୁ ୧୦ କିଲୋମିଟର ଭିତରେ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ। ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ।

ସେହିପରି +୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ ଓ ଜୁନ୍‌ ୧ରୁ ଖାତାଦେଖା ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Comments are closed.