Odisha Link
Bridging the Missing Links in Odisha

CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ ୧ରୁ ହେବ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଅନେକ ପରୀକ୍ଷା ସ୍ଥଗିତ ରହିଥିଲା। ହେଲେ ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ଶ୍ରେଣୀ ବାକି ରହି ଯାଇଥିବା ପରୀକ୍ଷା। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ୧ ରେ ହୋମ୍ ସାଇନ୍ସରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି CBSE । ସବୁ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ସାନିଟାଇଜର ନେଇ ଆସିବେ। ନାକ, ମୁହଁ ଘୋଡ଼ାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରଖିବେ। ତେବେ ପିଲା ଅସୁସ୍ଥ ନଥିବା ଅଭିଭାବକ ସ୍ପଷ୍ଟ କରିବେ।

ପିଲା ପରୀକ୍ଷା ହଲ୍‌ରେ ପହଞ୍ଚିବା ପରେ ୧୦ରୁ ୧୦ଟା ୧୫ ଭିତରେ ଖାତା ଦିଆଯିବ। ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ। ୧୦ଟା ୧୫ରୁ ୧୦ଟା ୩୦ ଯାଏ ପିଲା ପ୍ରଶ୍ନପତ୍ର ପଢ଼ିବେ। ୧୦ଟା ୩୦ରେ ପିଲାଙ୍କୁ ଉତ୍ତର ଲେଖିବାକୁ ଅନୁମତି ମିଳିବ ବୋଲି CBSE ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

Comments are closed.