ବସ୍ ରାଜନୀତି: ନିଜ ଦଳ ଉପରେ ବର୍ଷିଲେ କଂଗ୍ରେସ ବିଧାୟିକା, କହିଲେ..

ଲକ୍ଷ୍ନୌ: ମହାମାରୀ କରେନା ଭାଇରସ୍କୁ ନେଇ ସାରା ଦେଶବାସୀ ଚିନ୍ତିତ। ହେଲେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ବସ୍ ରାଜନୀତି। ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ବସ୍ରେ ଫେରାଇ ଆଣିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ରାଜନୀତି। ହେଲେ ଲାଗି ରହିଥିବା ବସ୍ ରାଜନୀତିରେ କଂଗ୍ରେସକୁ ଝଟକା। ରାୟବରେଲୀ କଂଗ୍ରେସ ବିଧାୟିକା ଆଦିତି ସିଂହ ରାଜ୍ୟରେ ଲାଗି ରହିଥିବା ବସ୍ ରାଜନୀତି ମାମଲାରେ ନିଜ ଦଳ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି।
ଆଜି ବିଧାୟିକା ଟୁଇଟ କରି କହିଛନ୍ତି ଯେ, ଏହି ମହାମାରୀ ସଙ୍କଟ ମଧ୍ୟରେ ଏଭଳି ହୀନ ରାଜନୀତିର କ’ଣ ଆବଶ୍ୟକତା। କଂଗ୍ରେସ ପକ୍ଷରୁ ୧ହଜାର ବସ୍ ସୂଚୀ ଦିଆଯାଇଥିଲା। ହେଲେ ସେ ମଧ୍ୟରୁ ଅଧିକ ନକଲି ବସ୍,୨୯୭ଟି ଭଙ୍ଗା ବସ୍, ଆଉ ୯୮ ଟି ଓଟ ରିକ୍ସା , ୬୮ଟି ଗାଡ଼ିର କାଗଜପତ୍ର ମଧ୍ୟ ନାହିଁ। ଏ କିଭଳି ମଜାକ ବୋଲି କହିଛନ୍ତି ଆଦିତି। ସେ ଆହୁରି ପ୍ରଶ୍ନ କହିଛନ୍ତି ଯେ, ଯଦି ବସ୍ ଥିଲା ତେବେ ପ୍ରବାସୀଙ୍କୁ ଆଣିବା ପାଇଁ ପଞ୍ଜାବ, ମହାରାଷ୍ଟ୍ର ଓ ରାଜସ୍ଥାନରୁ କାହିଁକି ବସ୍ ଆସୁଥିଲା ବୋଲି କହିଛନ୍ତି।
आपदा के वक्त ऐसी निम्न सियासत की क्या जरूरत,एक हजार बसों की सूची भेजी, उसमें भी आधी से ज्यादा बसों का फर्जीवाड़ा, 297 कबाड़ बसें, 98 आटो रिक्शा व एबुंलेंस जैसी गाड़ियां, 68 वाहन बिना कागजात के, ये कैसा क्रूर मजाक है, अगर बसें थीं तो राजस्थान,पंजाब, महाराष्ट्र में क्यूं नहीं लगाई।
— Aditi Singh (@AditiSinghRBL) May 20, 2020
ଅପରପକ୍ଷେ ଆଉ ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମାଲୋଚନା କରିଛନ୍ତି ଆଦିତି। ସେ କହିଛନ୍ତି ଯେ, କୋଟାରେ ଯେଉଁ ଛାତ୍ରଛାତ୍ରୀ ଅଟକି ରହିଯାଇଥିଲେ ସେମାନଙ୍କୁ ୟୁପି ସୀମାରେ ଆଣି ରାଜସ୍ଥାନ ସରକାର ଛାଡ଼ିବାର ଥିଲା। ହେଲେ ଗେହଲଟ ସରକାର ଏଭଳି ନକରିବା ପରେ ଯୋଗୀ ସରକାର ରାତାରାତି ବସ ପଠାଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଘରେ ପହଞ୍ଚାଇଛନ୍ତି ବୋଲି ସେ କହିଛନ୍ତି।ୟ
ସୂଚନାଥାଉକି, ପୂର୍ବରୁ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ପ୍ରଶଂସା କରିଥିଲେ ରାଜସ୍ଥାନ ମୁ୍ଖ୍ୟମନ୍ତ୍ରୀ।