Odisha Link
Bridging the Missing Links in Odisha

ଅମ୍ପାନ: ନବୀନଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ବର: ବାତ୍ୟା ଅମ୍ପାନର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏନେଇ ମୋଦି ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ସାହସିକତାର ସହ ବାତ୍ୟା ଅମ୍ପନକୁ ମୁକାବିଲା କଲେ। ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି। ପୀଡ଼ିତଙ୍କୁ ସମସ୍ତ ସହଯୋଗ ଦେବାକୁ ଅଧିକାରୀମାନେ କାର୍ଯ୍ୟରତ ଅଛନ୍ତି। ତୁରନ୍ତ ଅବସ୍ଥା ସ୍ୱାଭାବିକ ହୋଇଯିବ ବୋଲି ମୁଁ ପ୍ରାର୍ଥନା କରୁଛି ବୋଲି ମୋଦି ଟ୍ୱିଟ କରିଛନ୍ତି।

ବାତ୍ୟା ଅମ୍ପାନ ଓଡ଼ିଶାରୁ ଚାଲିଯାଇଥିଲେ ହେଁ ତାର ଛାପ କିନ୍ତୁ ଛାଡ଼ି ଦେଇଛି। ଅମ୍ପାନ ପ୍ରଭାବରେ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି। ଅଧିକାଂଶ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ପାଇଁ ଅମ୍ପାନକୁ ସଫଳ ମୁକାବିଲା କରାଯାଇ ପାରିଛି। ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ଠିକଣା ସମୟରେ ଉଚିତ ପଦକ୍ଷେପ ଯୋଗୁଁ ଧନଜୀବନ ହାନୀକୁ ବହୁ ମାତ୍ରାରେ ରୋକାଯାଇପାରିଛି।

Comments are closed.