Odisha Link
Bridging the Missing Links in Odisha

ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍, ୪୦ରୁ ଅଧିକ ଆହତ

ବାଲେଶ୍ବର: ଆଜି ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍(ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ) ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ତେବେ ବସ୍‌ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଦିନ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କେରଳରୁ ୫୦ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି କୋଲକାତା ଫେରୁଥିବା ଏକ ବସ୍ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ପାଖାପାଖି ୫୦ଜଣ ଶ୍ରମିକ ଥିଲେ। ଦୁର୍ଘଟଣାରେ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Comments are closed.