Odisha Link
Bridging the Missing Links in Odisha

କରୋନା ଭାଇରସ୍: ୫ ମାସରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ କବଳରେ ସାରା ବିଶ୍ବରେ ଆଜି ସୁଦ୍ଧା ୫ ମିଲିୟନ୍‌ ବା ୫୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଓ୍ବାଲ୍ଡମିଟର ତଥ୍ୟ ଅନୁଯାୟୀ, ପାଞ୍ଚ ମାସ ତଳେ ଏହି ଭାଇରସ୍ ଯୋଗୁଁ ପ୍ରାୟ ୩୨୫୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।

ଏହି ଭାଇରସ୍‌ ପାଇଁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି କାରଣରୁ ଲକ୍ଷ ଲକ୍ଷ ଲୋକ ବେକାର ହୋଇପଡ଼ିଛନ୍ତି ଏବଂ ସେମାନେ ଦାରିଦ୍ର୍ୟର ବିପଦର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ୧୦ ଲକ୍ଷ କରୋନା ରୋଗ ବୃଦ୍ଧି ପାଇଁ ମାତ୍ର ୧୨ ଦିନ ସମୟ ନେଇଛି। ଏହାପୂର୍ବରୁ ମାତ୍ର ୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୩୦ ରୁ ୪୦ ଲକ୍ଷକୁ ବୃଦ୍ଧି ପାଇଥିଲା।

କରୋନା ଭାଇରସ୍‌ ପାଇଁ ଆମେରିକା, ଇଟାଲୀ, ସ୍ପେନ୍‌ ବହୁତ ପ୍ରଭାବିତ ହୋଇଛନ୍ତି। ଏଭଳି ସଙ୍କଟରୁ ଆସ୍ତେ ଆସ୍ତେ ମୁକୁଳିବାକୁ ଚେଷ୍ଟା କରୁଛନ୍ତି ଏହି ଦେଶ ଗୁଡ଼ିକ। ହେଲେ ବରିଷ୍ଠ ଅଧିକାରୀ ମାନଙ୍କ କହିବା ମୁତାବିକ ଏହି ସବୁ ଦେଶ ଗୁଡ଼ିକରେ କରୋନା ଭାଇରସ୍‌ ର ୨ୟ ପର୍ଯ୍ୟାୟ ଦେଖିବାକୁ ମିଳିପାରେ।

ବୁଧବାର ଦିନ ବିଶ୍ବ ସ୍ବାସ୍ଥ ସଙ୍ଗଠନ ଗରିବ ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି। ଅପରପକ୍ଷେ ଧନୀ ଦେଶ ଗୁଡ଼ିକ ଭାଇରସ୍‌ କୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ୍‌ ପନ୍ଥା ଆପଣେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିବା ମୁତାବିକ ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ବରେ ୧,୦୬,୦୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସାରା ବିଶ୍ବରେ ସର୍ବାଧିକ।

Comments are closed.