Odisha Link
Bridging the Missing Links in Odisha

ସୌର ଶକ୍ତିରେ ଆଲୋକିତ ହେବ “କୋଣାର୍କ ମନ୍ଦିର ଓ ସହର”

ଭୁବନେଶ୍ବର: ବିଶ୍ବ ବିଖ୍ୟାତ କୋଣାର୍କ ମନ୍ଦିର ଓ କୋଣାର୍କ ସହର ହେବ ସୂର୍ଯ୍ୟ ନଗରୀ। ସମ୍ପୂର୍ଣ୍ଣ କୋଣାର୍କ ସହରକୁ ସୌରଚାଳିତ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।

ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ହେବ ଏକ ଅପୂର୍ବ ସମନ୍ଵୟ।

ଯୋଜନା ଅନୁଯାୟୀ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ସହ ଅଫ୍-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପ ପାଇଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ୨୫ କୋଟି ଯୋଗାଇବ। ଓଡ଼ିଶାର ଅକ୍ଷୟ ଶକ୍ତି ବିକଶ ସଂସ୍ଥା-ଓରେଡା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌରଶକ୍ତିରୁ ପୂରଣ ହୋଇପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.