Odisha Link
Bridging the Missing Links in Odisha

ଆଜି ଇଦ୍: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଓ ଲକ୍‌ ଡାଉନ୍‌ କଟକଣା ମଧ୍ୟରେ ଆଜି ସାରା ଦେଶରେ ପାଳନ ହେଉଛି ଇଦ୍‌ ପର୍ବ। ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ। ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ। ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି କହିଛନ୍ତି ଯେ, ସମସ୍ତଙ୍କୁ ଇଦ୍‌ ମୁବାରକ ଜଣାଇବା ସହିତ ଏହି ପର୍ବ ପ୍ରେମ, ଶାନ୍ତି ଓ ଭାଇଚାରର ପ୍ରତୀକ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି। ଆମେ ସମାଜର ଅଭାବୀ ଲୋକଙ୍କ ଯନ୍ତ୍ରଣା ବାଣ୍ଟିବା ଏବଂ ସେମାନଙ୍କ ସହିତ ସୁଖ ବାଣ୍ଟିବା ପାଇଁ ପ୍ରେରଣା ପାଇଥାଉ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଯେ, ସମସ୍ତଙ୍କୁ ଇଦ୍‌ ମୁବାରକ ଏବଂ ଇଦୁଲ ଫିତରର ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବ ଭାଇଚାରା, ସାମର୍ଦ୍ଧ୍ୟ ଓ ଦୟାର ଭାବ ଆଗକୁ ବଢ଼ାଉ। ଏବଂ ସମସ୍ତେ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି ମୋଦି କହିଛନ୍ତି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି। ଇଦ୍‌ ପର୍ବ ପ୍ରେମ, ଶାନ୍ତି ଓ ଭାଇଚାରର ପ୍ରତୀକ ଓ ସମସ୍ତଙ୍କ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.