Odisha Link
Bridging the Missing Links in Odisha

ଭଲ ଖବର: ଆଉ ୭୫ ସୁସ୍ଥ

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଆଉ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୮୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୭୫ ଜଣଙ୍କ ମଧ୍ୟରୁ ଯାଜପୁରରୁ ୨୫ ଜଣ, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସତ୍ତ୍ବେ ରାଜ୍ୟ ପାଇଁ ଭଲ ଖବର ରହିଛି। ଦିନକୁ ଯେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଠୁ ସୁସ୍ଥଙ୍କ ସଂଖ୍ୟା ଅଧିକ। ଗତକାଲି ୭୬ ଜଣ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସୁସ୍ଥ ହୋଇଥିଲା। ସେହିପରି ଆଜି ୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୭୫ ଜଣ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଭଲ ଖବର।

Comments are closed.