Odisha Link
Bridging the Missing Links in Odisha

ନିର୍ମାଣାଧୀନ ବଲାଙ୍ଗୀ ବନ୍ଧ ପାର୍କ ବୁଲିଲେ ଅରୁଣ, ବର୍ଷା ପୂର୍ବରୁ କାମ ଶେଷ କରିବାକୁ ତାଗିଦ

ନୟାଗଡ଼: ନୟାଗଡ଼ ସହର ଉପକଣ୍ଠରେ ନିର୍ମାଣ ହେଉଛି ବଲାଙ୍ଗୀ ବନ୍ଧ ପାର୍କ। ଏହି ପାର୍କକୁ ବିଶ୍ବସ୍ତରୀୟ ପାର୍କର ପରିକଳ୍ପନା ନେଇ ଆଜି କାର୍ଯ୍ୟ ତଦାରଖ କରିଛନ୍ତି ନୟାଗଡ଼ ବିଧାୟକ ବା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଗତକାଲି ଭଳି ଆଜି ମଧ୍ୟ ସକାଳୁ ସକାଳୁ ନିର୍ମାଣାଧୀନ ବଲାଙ୍ଗୀ ବନ୍ଧ ପାର୍କରେ ପହଁଞ୍ଚିଥିଲେ ମନ୍ତ୍ରୀ ଅରୁଣ ସାହୁ। ଜିଲ୍ଲାପାଳ ଡଃ ପୋମା ଟୁଡୁ ଏବଂ ଅନ୍ୟାନ୍ୟ ଅଧକାରୀ ବୃନ୍ଦ। ମନ୍ତ୍ରୀ ଡ଼ ସାହୁ ନିର୍ମାଣକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଯଥାସମ୍ଭବ ବର୍ଷା ପୂର୍ବରୁ ପାର୍କ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତାଗିଦ କରିଛନ୍ତି।

ବଲାଙ୍ଗୀ ବନ୍ଧ ପାର୍କରେ ସୁଇମିଂ ପୁଲ, ରୋପ ୱେ ପରି ଅତ୍ୟାଧୁନିକ ଆମୋଦପୂର୍ଣ୍ଣ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ପାର୍କର କାମ ମଧ୍ୟ ଫୁଲ ଦମରେ ଆରମ୍ଭ ହୋଇଯାଇଥିଲା। ହେଲେ ଲକ୍‌ଡାଉନ୍ ପାଇଁ ପାର୍କ କାର୍ଯ୍ୟ ସ୍ଥଗିତ ରହିଥିଲା। ଏବେ ଆସ୍ତେ ଆସ୍ତେ ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ପୁଣି ଥରେ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Comments are closed.