Odisha Link
Bridging the Missing Links in Odisha

ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ ହେବ: ମୋଦି

ନୂଆଦିଲ୍ଲୀ: ସାରା ଦେଶରେ ଲାଗି ରହିଛି ମହାମାରୀ କରୋନ ସଙ୍କଟ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଡ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲକ୍‌ଡାଉନ୍‌ କଟକଣା ମଧ୍ୟରେ ପିଏମ୍‌ ମୋଦି ୩ୟ ଥର ପାଇଁ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛିନ୍ତି। ସୂଚନାଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସୋମବାର ଦିନ ଏହି କାର୍ଯ୍ୟକ୍ରମ ପାଇଁ ଜନତାଙ୍କଠାରୁ ମତାମତ ଲୋଡିଥିଲେ।

ଦେଶବାସୀଙ୍କୁ ସମ୍ବୋଧିକ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ସମସ୍ତେ ୨ଗଜର ଦୂରତା ନିୟମ ମାନନ୍ତୁ। ମାସ୍କ ପିନ୍ଧନ୍ତୁ ଏବଂ ସମାଜିକ ଦୂରତାକୁ ପାଳନ କରନ୍ତୁ। ଦେଶର ଅର୍ଥବ୍ୟବସ୍ଥା ଧିରେ ଧିରେ ସ୍ବାଭାବିକ ହେଉଛି ବୋଲି ମୋଦି କହିଛନ୍ତି। ଗରିବଙ୍କ ପାଇଁ ଆୟୁଷ୍ମାନ ଯୋଜନା କରିଛୁ ବୋଲି ମୋଦି କହିଛନ୍ତି। ଆୟୁଷ୍ମାନ ଯୋଜନା ଦ୍ବାରା ୧କୋଟି ଲୋକ ଲାଭାନ୍ବିତ ହୋଇଛନ୍ତି ବୋଲି ମୋଦି କହିଛନ୍ତି।

ଗରିବ ଓ ପ୍ରବାସୀ ମାନଙ୍କ ଉପରେ ମହାମାରୀ କରୋନା ଓ ଲକ୍‌ଡାଉନ୍‌ ପ୍ରଭାବ ବିଶେଷ ଭାବେ ପଡ଼ିଛି ଏବଂ ସେବାରେ କରୋନା ଯୋଦ୍ଧା ନିଜକୁ ସମର୍ପିତ କରିଛନ୍ତି ବୋଲି ମୋଦି କହିଛନ୍ତି। ଟ୍ରେନ ସହ ବିମାନ ଚଳାଚଳ ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଯାଉଛି। କରୋନା ଭ୍ୟାକସିନ୍ ନେଇ କାମ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିସହିତ ପୂର୍ବ ଭାରତର ବିକାଶ ଆମର ଲକ୍ଷ୍ୟ। ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ ହେବ। ଆତ୍ମନିର୍ଭର ଅଭିଯାନ ଦେଶକୁ ଆଗକୁ ନେବ। କରୋନା ସଂକଟ ସମୟରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ବାତ୍ୟା ଅମ୍ପାନର ମୁକାବିଲାକୁ ନେଇ ଓଡ଼ିଶାକୁ ପ୍ରଶଂସା କଲେ ମୋଦି।

ଅପରପକ୍ଷେ ଜଳ ସଂରକ୍ଷଣ ଉପରେ ଗୁରୁୁତ୍ବ ଦେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ମୋଦି। ଏହା ଫଳରେ ଜଳ ସଙ୍କଟରୁ କିଛିମାତ୍ରାରେ ତ୍ରାହି ମିଳିପାରିବ ବୋଲି ମୋଦି କହିଛନ୍ତି।

Comments are closed.