ରଥଯାତ୍ରା ବନ୍ଦ ପ୍ରସଙ୍ଗ: କାନ୍ଦି ପକାଇଲେ ସୁର

ଭୁବନେଶ୍ବର: ନିଜ କୋହକୁ ରୋକି ପାରିଲେନି କଂଗ୍ରେସ ବିଧାୟକ ସୁର ରାଉତରାୟ। ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ଶ୍ରୀ ରାଉତରାୟ। ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଲେ।
ଏହି ଅବସରରେ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ। ଜଗନ୍ନାଥ ମହାପ୍ରଭୁ କ୍ଷମା ଦେବେ ନାହିଁ। ଗତ ରାତିରେ ମୁଁ ଶୋଇ ପାରିନି। ୬୫ ବର୍ଷ ହେଲା ରଥ ଭିଡ଼ି ଆସିଛି। ହେଲେ ଚଳିତ ବର୍ଷ ସେ ସୁଯୋଗ ଆଉ ମିଳିବ ନାହିଁ । ତେବେ ଏ ବର୍ଷ ନରେନ୍ଦ୍ର ମୋଦି ଷଡ଼ଯନ୍ତ୍ର କଲେ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଏହାଛଡ଼ା ରଥଯାତ୍ରା ଯଦି କରିବାର ନଥିଲା ତେବେ କାହିଁକି ଅନୁମତି ଦେଲ, ରଥ ନିର୍ମାଣ କଲ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।
ସୂଚନାଥାଉକି, ଗତକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହେବ ନାହିଁ ବୋଲି ସୁପ୍ରିମେକାର୍ଟ ଗତକାଲି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ ଗତକାଲି ଶୁଣାଣି କରିଥିଲେ। ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି। କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏଥିସହତି ଗତକାଲି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ସରକାର ନେଇଥିଲେ। ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ରାୟକୁ ପାଳନ କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ।
Comments are closed.