Odisha Link
Bridging the Missing Links in Odisha

ରଥଯାତ୍ରା ହେଲେ ବିଶ୍ୱସ୍ତରରେ ଦେଶର ଛବି ତଳକୁ ଯିବ: ଖାରବେଳ

ଭୁବନେଶ୍ୱର: ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ସୃଷ୍ଟି ହୋଇଥିବା ବେଳେ ଜଣେ ବିଜେପି ନେତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ। ରଥଯାତ୍ରା ହେବା ଉଚିତ ନୁହେଁ ବୋଲି ସେ କହିବା ସହ ଏହାକୁ ବନ୍ଦ କରାଯାଉ ବୋଲି କହିଛନ୍ତି। ଏପରିକି ରଥଯାତ୍ରା ହେଉ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନଥିବା ସେ କହିଛନ୍ତି।

ରଥଯାତ୍ରା ହେଲେ ଦେଶର କୂଟନୈତିକ କ୍ଷତି ହେବ। କରୋନା ପାଇଁ ବହୁ ବଡବଡ ପର୍ବ ବନ୍ଦ ହୋଇଯାଇଛି। ବିଶ୍ୱରେ ପାକିସ୍ତାନ ପ୍ରଚାର କରିବ ଯେ, ମୋଦି ସୁପ୍ରିମକୋର୍ଟ ଉପରେ ଚାପ ପକାଇ ଏମିତି କରାଇଲେ , ଦୁନିଆ ଆଗରେ ଭାରତର ଧର୍ମନିରପେକ୍ଷ ଛବି ମଳିନ ହୋଇଯିବ ବୋଲି ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି।

କରୋନା ପାଇଁ ମକ୍କା ମଦିନାର ହଜ୍ ପର୍ବ ବନ୍ଦ ହେଲା। ପୋପ୍ ଙ୍କ ଦ୍ବାରା ଭାଟିକାନ୍ ସିଟିରେ ଖ୍ରୀଷ୍ଟିୟାନ୍ ଙ୍କ ସମାବେଶ ଉପରେ ରୋକ୍ ଲାଗିଲା ,ଭାରତ ସମେତ ସାରା ବିଶ୍ବରେ ଇଦ୍ ପାଳନ ବନ୍ଦ ହେଲା। ଜେରୁଜେଲମ୍ ରେ ଇହୁଦୀଙ୍କ ପର୍ବ ବନ୍ଦ ହେଲା। ତେଣୁ ଯଦି ରଥଯାତ୍ରା ହୁଏ ତେବେ ପାକିସ୍ତାନ ଦ୍ବାରା ସାରା ବିଶ୍ବରେ ପ୍ରଚାର ହେବ ଯେ ଭାରତରେ ହିନ୍ଦୁ ଅଧିକ ଥିବାରୁ ଚାପ ପ୍ରୟୋଗ କରି ମୁସଲମାନଙ୍କ ପର୍ବ କଲେନାହିଁ , କିନ୍ତୁ ହିନ୍ଦୁଙ୍କ ପର୍ବ କଲେ। ଏହା ଭାରତର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି।

ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି। କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Comments are closed.