Odisha Link
Bridging the Missing Links in Odisha

ସମ୍ ଅଲ୍ଟିମେଟ ମେଡିକେୟାର୍‌ରେ ଅତ୍ୟାଧୁନିକ କ୍ୟାନ୍ସର କେୟାର ବ୍ଲକ୍ ଉଦ୍‌ଘାଟିତ

ଭୁବନେଶ୍ୱର: କ୍ୟାନ୍ସର ରୋଗର ଚିକିତ୍ସା ଓ ରୋଗୀଙ୍କର ସାମଗ୍ରୀକ ଯତ୍ନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନର ନୂଆ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଏକ ବିଶେଷ କ୍ୟାନ୍ସର କେୟାର ବ୍ଲକ୍ ଉଦ୍‌ଘାଟିତ ହୋଇଯାଇଛି।

ହସ୍ପିଟାଲର ନୂଆ କ୍ୟାନ୍ସର ସେବା ୱିଙ୍ଗ୍ “ସମ୍ମମ୍ ହୋପ୍‌ସ୍ପ୍ରିଙ୍ଗସ ବ୍ଲକ୍‌” ରେ ହାଇ-ଏଣ୍ଡ ଭାରିଆନ୍ ଟ୍ରୁବିମ୍ ପ୍ରିମିୟମ୍ ଲିନିୟର୍ ଆକ୍ସିଲେଟର୍‌, ବ୍ରାଭୋସ୍ ୩୦ ଚ୍ୟାନେଲ୍ ପ୍ରିମିୟମ୍ ଏଚ୍‌ଡିଆର ବ୍ରାକିଥେରାପି ସିଷ୍ଟମ୍‌, ପେଟ୍‌-ସିଟି-ବାୟୋଗ୍ରାଫ୍ ହୋରାଇଜନ୍‌, ଏସ୍‌ପିଇସିଟି (ଗାମା କ୍ୟାମେରା)- ସିମ୍ବିଆ ଏଭୋ ଏବଂ ଅତ୍ୟାଧୁନିକ ଚିକିତ୍ସା ନିମନ୍ତେ ଉପଲବ୍ଧ ଅଟେ। ଏହାଦ୍ୱାରା ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସା ଯତ୍ନ ସହ ସମ୍ପାଦିତ କରାଯାଇ ପାରିବ ବୋଲି ସମ୍ମମ୍ ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତିରେ ମାଧ୍ୟମରେ ପ୍ରକାଶ କରାଯାଇଛି।

ରୋଗୀଙ୍କୁ କ୍ୟାନ୍ସର ଚିକିତ୍ସା ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସମ୍ମମ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗୋଟିଏ ଛାତ ତଳେ କ୍ୟାନ୍ସରର ମେଡିକାଲ୍‌, ସର୍ଜିକାଲ୍ ଏବଂ ରାଡିଏସନ୍ ଅଙ୍କୋଲୋଜି ଚିକିତ୍ସା କରାଯାଇ ପାରିବା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ନୂତନ କ୍ୟାନ୍‌ସର କେୟାର ବ୍ଲକ୍‌ର ଉଦ୍‌ଘାଟନ ଓ ପୂଜା ଅବସରରେ ସମ୍ମମ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ ଡଃ ଶ୍ୱେତପଦ୍ମା ଦାସ, ଚିଫ୍‌, ମେଡିକାଲ୍ ସର୍ଭିସେସ୍ ଡଃ (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର ଏବଂ କନ୍‌ସଲ୍‌ଟାଂଟ୍ ଡଃ ଚିର ରଞ୍ଜନ ଖାଡଙ୍ଗା, ଡଃ ଜିଜ୍ଞାସୁ ମହାନ୍ତି, ଡଃ ପ୍ରିୟା ପ୍ରିୟଦର୍ଶିନୀ ନାୟକ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

କ୍ୟାନ୍ସର ରୋଗୀଙ୍କର ଚିକିତ୍ସା ଓ ଯତ୍ନ ନିମନ୍ତେ ସମ୍ମମ୍‌ର ଅଙ୍କୋଲୋଜି ଟିମ୍ ସବୁଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟବେସିତ ପ୍ରକ୍ରିୟା ଅବଲମ୍ବନ କରୁଥିବା ବେଳେ ପ୍ରତ୍ୟେକ ରୋଗୀଙ୍କର ସଠିକ୍ ଚିକିତ୍ସା ନେଇ ହସ୍ପିଟାଲ୍ ଯତ୍ନବାନ ଥିବା ଏହି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ଉନ୍ନତମାନର ପେସେଂଟ ପୋଜିସନିଂ ସିଷ୍ଟମ୍‌, ବ୍ରାଭୋସ୍ ଏବଂ ସବୁଠାରୁ ଅତ୍ୟାଧୁନିକ କ୍ଲିନିକାଲ୍ ଲିନିୟର୍ ଆକ୍ସିଲେରେଟର୍ ବା ଲିଙ୍କସ୍ ମାଧ୍ୟମରେ କ୍ୟାନ୍ସର ରୋଗୀମାନଙ୍କର ଉନ୍ନତମାନର ଏବଂ ସୁରକ୍ଷିତ ଚିକିତ୍ସା ନିମନ୍ତେ ସମ୍ମମ୍ ପ୍ରସ୍ତୁତ ବୋଲି ଏହି ସମ୍ମମ୍‌ ପକ୍ଷରୁ କହାଯାଇଛି।

Comments are closed.