Odisha Link
Bridging the Missing Links in Odisha

କୋଭିଡ ଆକ୍ରାନ୍ତ ଶିଳ୍ପ ଉପରେ ସୋଆ ପକ୍ଷରୁ ୱେବିନାର

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଆର୍ଥିକ ଦୃଷ୍ଟିରୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଯୋଗାଇଥିବା ଏହି ଶିଳ୍ପ କ୍ଷେତ୍ରର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ହୋଇପଡ଼ିଛି।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତି ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ‘କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ବାଧକ’ ଶୀର୍ଷକ ଏହି ୱେବିନାରର ଆୟୋଜନ କରାଯାଇଥିଲା।

ଗତ ମେ ଏବଂ ଜୁନ୍ ମାସ ମଧ୍ୟରେ ‘ଆତିଥ୍ୟ – ଅତୀତ, ବର୍ତମାନ ଏବଂ ଭବିଷ୍ୟତ’ ପ୍ରସଙ୍ଗକୁ ନେଇ େଓ୍‌ବିନାର ଗୁଡ଼ିକ ଆୟୋଜିତ ହୋଇଯାଇଛି। ପୂର୍ବରୁ ଗତ ଡିସେମ୍ବର ୧୮ ତାରିଖରୁ ଏହି ପ୍ରସଙ୍ଗରେ ଏକ ତିନି ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ମଧ୍ୟ ଏଠାରେ ଆୟୋଜନ କରାଯାଇଥିଲା।

ଏହି ୱେବିନାରରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରକୁ କିଭଳି ଅଧିକ ଉନ୍ନତ ଏବଂ କାର୍ଯ୍ୟକ୍ଷମ କରାଯାଇପାରିବ ସେ ନେଇୱେବିନାରରେ ଉପସ୍ଥିତ ବକ୍ତାମାନେ ବକ୍ତବ୍ୟ ରଖିଥିଲେ।

ଏହି ୱେବିନାରରେ ଏସ୍‌ଏଚ୍‌ଏମ୍‌ର ଡିନ୍ ଏବଂ ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ପ୍ରସଙ୍ଗ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା କେଏଲ୍ ବିଶ୍ୱବିଦ୍ୟାଳୟ, ଆନ୍ଧ୍ରପ୍ରଦେଶର କୁଳପତି ଡଃ ଏସ୍‌. ଏସ୍ ମାନ୍ଥା, ଇଗ୍‌ନୁ ନୂଆଦିଲ୍ଲୀର ପ୍ରୋ-ଭାଇସ୍ ଚ୍ୟାନ୍‌ସେଲର ଡଃ ରାଜେନ୍ଦ୍ର ପ୍ରସାଦ ଦାସ, ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ଏଜୁକେଟର୍‌ସ ଆଣ୍ଡ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଏସିଆର ଅଧ୍ୟକ୍ଷ ଡଃ ସନ୍ଦିପ୍ କୁଲଶ୍ରେଷ୍ଠ, ଉଜ୍‌ବେକିସ୍ତାନ ସ୍ଥିତ ସ୍କିଲ୍ ରୋଡ୍ ଇଂଟରନ୍ୟାସ୍‌ନାଲ ୟୁନିଭର୍ସିଟି ଅଫ୍ ଟୁରିଜିମ୍ ଏବଂ ସମରକନ୍ଦ ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ଡଃ ତୁରେଇ ବାଖୋଦିର ଖଟାମୋଭିଚ୍‌, ଗୁରୁଗାଓଁ ସ୍ଥିତ ଆଇଟିସି ହସ୍ପିଟାଲିଟି ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଡଃ ସ୍ୱରୁପ ସିହ୍ନା ଏବଂ ତୁର୍କୀ ସ୍ଥିତ ନିମେଟିନ୍ ଏର୍‌ବେକମ୍ ବିଶ୍ୱବିଦ୍ୟାଳୟର ସିନିୟର ଫ୍ୟାକଲ୍ଟି ମେମ୍ବର୍ ଡଃ କେଭସାର ସିନାର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ୱେବିନାରଟିକୁ ଆଇଆଇପିଟି ଇଣ୍ଡିଆ ଚାପ୍‌ଟରର ଉପସଭାପତି ଡଃ କିରଣ ଯାଦବ ମଡରେଟ୍ କରିଥିବାବେଳେ ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍ ପ୍ରଫେସର ଡଃ ସସ୍ମିତା ମହାନ୍ତି ସଂଯୋଜନା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଂଟ ପ୍ରଫେସର ପତିତପାବନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.