Odisha Link
Bridging the Missing Links in Odisha

AAO ଆପ୍‌ରେ ଓଡ଼ିଆ ସିନେମା ‘ଭକ୍ତ ସାଲବେଗ’

ଭୁବନେଶ୍ବର: ଆଣ୍ଡ୍ରଏଡ୍‌ ଭିଡିଓ‌ ଷ୍ଟ୍ରିମିଂ ଆପ୍‌ “ଆଓ ଟିଭି’ରେ ମୁକ୍ତଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’। ଜଗନ୍ନାଥଙ୍କ ପରମ ଭକ୍ତ ତଥା ମୁସଲମାନ କବି ସାଲବେଗଙ୍କ ଜୀବନ କାହାଣୀ ଆଧାରିତ ଏ ସିନେମାଟି ୧୯୮୩ ମସିହାରେ ନିର୍ମିତ ହୋଇ ବେଶ୍‌ ଦର୍ଶକୀୟ ଆଦୃତି ଲାଭ କରିଥିଲା।

ରଥଯାତ୍ରା ଅବ୍ୟବହିତ ପୂର୍ବରୁ ବିଶ୍ବବ୍ୟାପି ଦର୍ଶକଙ୍କ ନିମନ୍ତେ ଏହି ସିନେମାଟି ଆଓ ଟିଭି ଆପ୍‌ରେ ଆଜି ମୁକ୍ତିଲାଭ କରିଛି। ଏ ଅବସରରେ ଆୟୋଜିତ ଏକ କ୍ଷୁଦ୍ର ସମାବେଶରେ ଅଭିନେତା ଉତ୍ତମ ମହାନ୍ତି, କୌସ୍ତୁଭ ଡ୍ରିମଓ୍ବାର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ କୌଶିକ ଦାସ, ଅନୁଷ୍ଠାନର ଉପସଭାପତି ସିଦ୍ଧାର୍ଥ ମହାପାତ୍ର ଓ ସୃଜନ ମୁଖ୍ୟ ରଣଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଗତବର୍ଷ ଏହି ସିନେମାଟି ଫିଲ୍ମ ଜର୍ଣାଲିଷ୍ଟ ଫୋରମ୍‌ (FJF) ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା।

ଏହାର ନିର୍ଦ୍ଦେଶନା ଦେଇଥିଲେ ରାଧା ପଣ୍ଡା। ସିନେମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ଜୟ ଜଗନ୍ନାଥ ଫିଲ୍ମ ପ୍ରାଇଭେଟ୍‌ ଲିଭଟେଡ୍‌ ପକ୍ଷରୁ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ଦ୍ବାରା ପ୍ରସ୍ତୁତ ଏ ସିନେମାରେ ଶରତ ପୁଜାରୀ, ଦୁଃଖୀରାମ ସ୍ବାଇଁ, ବୀରେନ୍‌ ରାଉତରାୟ, ବ୍ୟୋମକେଶ ତ୍ରିପାଠୀ, ଅନୀତା ଦାସ, ଅପରାଜିତା ମହାନ୍ତି, ଜୟୀ ଓ ରାଧା ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ।

ଏହି ସିନେମାଟି ୧୩ ମେ’ ୧୯୮୩ରେ ପ୍ରଥମେ ମୁକ୍ତିଲାଭ କରିଥିଲା। ଏଥିରେ ସାଲବେଗଙ୍କ ରଚିତ ଗୀତ ସାଙ୍ଗକୁ ନରସିଂହ ମହାପାତ୍ର ଓ ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ଗୀତିକାର ଗୁଲଜାରଙ୍କର ଗୀତ ରହିଛି। ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ମାନ୍ନା ଦେ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ‘ଶୋଲେ’ ଚଳଚ୍ଚିତ୍ରର ଫାିଟ୍‌ ମାଷ୍ଟର ଅଜିମ୍‌ ଭାଇ ‘ଭକ୍ତ ସାଲବେଗ’ ସିନେମାରେ ମଧ୍ୟ କାମ କରଥିଲେ।

Comments are closed.