Odisha Link
Bridging the Missing Links in Odisha

୧୩ ମାସରେ ଭାଙ୍ଗିଗଲା ରାହୁଲଙ୍କ କୋର ଟିମ୍

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଆଉ ଏସବୁ ମଧ୍ୟରେ ରାଜୀନତି ମଧ୍ୟ ଜୋରଦାର ଚାଲିଛି। ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମରେ ରାହୁଲ ଗାନ୍ଧୀ ପୁନଶ୍ଚ କଂଗ୍ରେସ ଦଳର ଅଧ୍ୟକ୍ଷ ହେବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦି ସତକୁ ସତ ଏପରି ହୁଏ ତେବେ ରାହୁଲ ତାଙ୍କ ମା ସୋନିଆ ଗାନ୍ଧୀଙ୍କଠାରୁ ୧୩୫ ବର୍ଷ ପୁରୁଣା ଦଳର ଦାୟିତ୍ବରୁ ମୁକ୍ତ କରିପାରିବେ ବୋଲି ବିଶ୍ୱାସ ରହିଛି। ହେଲେ ରାହୁଲଙ୍କ ସାମ୍ନାରା ଅନେକ ସମସ୍ୟା ରହିଛି। ସବୁଠୁ ପ୍ରଥମ ସମସ୍ୟା ହେଉଛି ମାନବ ସମ୍ବଳ। ଗତ ବର୍ଷ ମେ ମାସରେ ଲୋକସଭା ନିର୍ବାଚନର ଫଳାଫଳ ପରେ ପରାଜୟର ଦୋଷ ନିଜ ଉପରକୁ ନେଇ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲଙ୍କ କୋର ଟିମ୍‌ରେ ଥିବା ନେତା ମାନେ ଦଳ ଛାଡ଼ି ଦେଇଛନ୍ତି ନଚେତ ନିଜ ପଦରୁ ଅବ୍ୟାହତି ନେଇଛନ୍ତି। ହରିୟାଣାରେ ଅଶୋକ ତମ୍ବର, ତ୍ରିପୁରାର ପ୍ରଦ୍ଦୋତ ଦେବ ବର୍ମନ, ଝାଡ଼ଖଣ୍ଡର ଅଜୟ କୁମାରଙ୍କ ପରି ରାଜ୍ୟ ୟୁନିଟ ମୁଖ୍ୟ ମାନେ କଂଗ୍ରେସ ଦଳ ଛାଡ଼ି ଦେଇଛନ୍ତି। ସେହିପରି ୨୦୧୫ରେ ଦିଲ୍ଲୀ ପ୍ରମୁଖ ଭାବେ ନିଯୁକ୍ତ ହୋଇଥିବା ଅଜନ ମାକନ ୨୦୧୯ ନିର୍ବାଚନ ପୂର୍ବରୁ ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇଥିଲେ।

କଂଗ୍ରେସ ଦଳର ବରିଷ୍ଠ ନେତା ତଥା ରାହୁଲଙ୍କ ଘନିଷ୍ଠ କୁହାଯାଉଥିବା ଜୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ମାସରେ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସନ୍ଧିଆ ଦଳ ଛାଡ଼ିବା ପରେ ମଧ୍ୟପ୍ରଦେଶରେ କମଲନାଥଙ୍କ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ଏସବୁ ବ୍ୟତୀତ ରାହୁଲ ଗାନ୍ଧୀ ଦ୍ବାରା ନିଯୁକ୍ତ କରାଯାଇଥିବା ମୁମ୍ବାଇ କଂଗ୍ରେସ ପ୍ରମୁଖ୍ୟ ସଞ୍ଜୟ ନିରୁୁପମ ଓ ମିିଲିନ୍ଦ ଦେବଡ଼ା ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ସେ ଦଳ ଛାଡିବାର ଗୁଜବରେ ବିରାମ ଲାଗିବାରେ ନାମ ନେଉନାହିଁ । ଯଦିଓ ଉଭୟ ଏହାକୁ ଅସ୍ୱୀକାର କରିଛନ୍ତି। ଅର୍ଥାତ୍‌ ମୋଟାମୋଟି ଭାବେ କହିବାକୁ ଗଲେ ରାହୁଲ କଂଗ୍ରେସ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ୧୩ ମାସ ପରେ, ତାଙ୍କ ଦ୍ବାରା ନିର୍ମିତ ହୋଥିବା କୋର ଟିମ୍‌ ଭାଙ୍ଗିଯାଇଛି।

Comments are closed.