Odisha Link
Bridging the Missing Links in Odisha

ଜୁନ୍‌ ୩୦ ରାତିରୁ ଜୁଲାଇ ୨ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ: ଜିଲ୍ଲାପାଳ

ପୁରୀ: ଆଗକୁ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। କରୋନା ସଙ୍କଟ ମଧ୍ୟରେ ସୁରୁଖୁରରେ ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏବେ ସମସ୍ତଙ୍କ ନଜର ବାହୁଡ଼ା ଯାତ୍ରା ଉପରେ। କିଭଳି ବାହୁଡ଼ା ଯାତ୍ରା ସୁରୁଖୁରୁରେ ହୋଇ ପାରିବ ସେ ନେଇ ଚାଲିଛି ପ୍ରସ୍ତୁତି। ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା ଲାଗୁ ହୋଇଛି। କଟକଣା ମୁତାବକ, ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ। ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ସଟ-ଡାଉନ୍ ରହିବା ସହ କର୍ଫ୍ୟୁ ଜାରି ରହିବ। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସେହିପରି ଜିଲ୍ଲା ପ୍ରଶାସନ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କଟକଣା ଲାଗୁ କରିଛି। ଏହି ୪ ଦିନ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ ଓ ଲଜ୍‌ ମାଲିକମାନଙ୍କୁ ନିର୍ଦ୍ଦେଶ ହୋଇଛି। ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ। ଲୋକେ ନିଜ ଘରେ କେବଳ ନିଜେ ରହିପାରିବେ। ବାହାର ଲୋକଙ୍କୁ ଘରେ ରଖିପାରିବେ ନାହିଁ। ଜିଲ୍ଲାପାଳ ଶ୍ରୀ ସିଂହ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ଘରେ ରହି ପ୍ରଭୁଙ୍କ ଦର୍ଶନ କରନ୍ତୁ।

ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ରଥଯାତ୍ରା ଉପଲକ୍ଷେ ବଡ଼ଦାଣ୍ଡରେ କର୍ଫ୍ୟୁ ଓ ପୂରା ଜିଲ୍ଲାରେ ସଟ୍‌ଡାଉନ କରାଯାଇଥିଲା।

Comments are closed.