Odisha Link
Bridging the Missing Links in Odisha

କରୋନା: ଆଜି ୨୫୧ ଜଣ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଆଜି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୭୩୧୬ରେ ପହଁଞ୍ଚିଛି କରୋନା ପଜିଟିଭ ସଂଖ୍ୟା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୨, ବରଗଡ଼ ଜିଲ୍ଲାର ୧୨, ବଲାଙ୍ଗିରର ୪, କଟକରେ ୩୨, ଦେବଗଡ ରେ ୪, ଗଜପତି ରେ ୬, ଗଞ୍ଜାମ ରୁ ୧୦୨, ଝାରସୁଗୁଡା ରୁ ୫, କେନ୍ଦ୍ରାପଡା ରୁ ୪, ଖୋର୍ଦ୍ଧାର ୨୬, ମାଲକାନଗିରି ଜିଲ୍ଲାରୁ ୧୦, ମୟୁରଭଞ୍ଜ ଜିଲ୍ଲାର ୫, ନୟାଗଡ଼ରୁ ୧୪, ପୁରୀରୁ ୧୨, ସମ୍ବଲପୁରରୁ ୨, ସୋନପୁର ୧, ସୁନ୍ଦରଗଡ଼ର ୭, ଯାଜପୁରର ୧ ଏବଂ ଅଗ୍ନିଶମ ବିଭାଗ ର ଜଣେ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ଏବଂ ୪୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୭୩୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୮୯ ଜଣ ସୁସ୍ଥ ହୋଇଥିବା ବେଳେ ୨୦୯୪ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.