Odisha Link
Bridging the Missing Links in Odisha

ଉତ୍ତର ପ୍ରଦେଶ: ଅପରାଧୀଙ୍କ ଗୁଳି ମାଡ଼ରେ DSPଙ୍କ ସମେତ ୮ ପୁଲିସ ଶହୀଦ

କାନପୁର: ଉତ୍ତର ପ୍ରଦେଶ କାନପୁରରେ ଅଘଟଣ। ଏଭଳି ଏକ ଅଘଟଣ ହୋଇଛି ଯାହା ପୁଲିସ୍‌ ପ୍ରଶାସନର ନିଦ ହଜାଇ ଦେଇଛି। ମୋଷ୍ଟ ଓ୍ବାଣ୍ଡେଡ ଅପରାଧୀକୁ ଧରିବାକୁ ଯାଇ ଡିଏସ୍‌ପିଙ୍କ ସମେତ ୮ ଜଣ ଶହୀଦ।ଅପରାଧୀଙ୍କ ଗୁଳିରେ ୮ ପୁଲିସ ଶହୀଦ। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି। ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଘଟିଛି ଏହି ଅଘଟଣ।

ଉତ୍ତରପ୍ରଦେଶ ପୁଲିସର ଏକ ଟିମ୍‌ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଅପରାଧୀଙ୍କ ପାଲଟା ଗୁଳିମାଡ଼ରେ ୮ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି ଏସ୍‌ପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଏଥିସହିତ ଅନ୍ୟ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

କାନପୁର ଧୌବେପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଏହି ଅଘଟଣ ଘଟିଛି। ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ଓ ତାର ୧୦ଜଣ ସହଯୋଗୀ ଏହି ଅଘଟଣ ଘଟାଇବା ପରେ ଘଟଣାସ୍ଥଳରୁ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଛନ୍ତି। ଏହି ଅଘଟଣ ଖବର ଜାଣିବା ପରେ ଫ‌େରେନ୍‌ସିକ୍‌ ଟିମ୍‌ ଓ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସ୍‌ଏସ୍‌ପି ଏବଂ ଆଇଜି ପହଞ୍ଚିଥିବା ସୂଚନା ମିଳିଛି। ଏଥିସହିତ ଅପରାଧୀଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି।

Comments are closed.