Odisha Link
Bridging the Missing Links in Odisha

ଭାରତ ବାହାରେ ହେବ ଚଳିତ ବର୍ଷ ଆଇପିଏଲ୍‌!, ଆୟୋଜକ ଦୌଡ଼ରେ ଏହି ୨ ଦେଶ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ବହୁ ଦିନର ବ୍ୟବଧାନ ପରେ ଆସନ୍ତା ୮ରେ କ୍ରିକେଟ ମ୍ୟାଚ ଦେଖିବାକୁ ପାଇବେ କ୍ରିକେଟ ପ୍ରେମୀ। ଏହି ସମୟରେ କିଛି ଦେଶ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି। ଯାହା ଭାରତୀୟ କ୍ରିକେଟ ବୋର୍ଡ ପାଇଁ ଏକ ଆଶ୍ବସ୍ତିଖବର। କାରଣ ଏସବୁ ମଧ୍ୟରେ ବିସିସିଆଇ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି। ହେଲେ ୨୦୨୦ ଟି-୨୦ ବିଶ୍ବକପ୍‌କୁ ନେଇ ଆଇସିସି ସରକାରୀ ଭାବେ କରିବାକୁ ଥିବା ଘୋଷଣାକୁ ନଜରରେ ରଖିଛି ବିସିସିଆଇ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବିସିସିଆଇ ଆଇପିଏଲ ଆୟୋଜନ ନେଇ ସମସ୍ତ ପ୍ରକାର ହୋମଓ୍ବାର୍କ ଶେଷ କରିଥିବା ଖବର ପ୍ରକାଶ ପାଇଛି। ଏଥିସହିତ ବହୁତ ଶ୍ରୀଘ୍ର ଆଇପିଏଲ ତାରିଖ ଘୋଷଣା ନେଇ ଚର୍ଚ୍ଚା ହେଉଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ୟୁଏଇ ଏବଂ ଶ୍ରୀଲଙ୍କାରେ ଆଇପିଏଲ୍‌ର ୧୩ତମ ସଂସ୍କରଣ ଆୟେଜନ କରିବାକୁ ବିସିସିଆଇ ଆଗ୍ରହ ପ୍ରକାଶ କରିଛି। ହେଲେ ବହୁତ ଶ୍ରୀଘ୍ର କେଉଁ ଦେଶରେ ଆଇପିଏଲ୍‌ ଆୟୋଜନ ହେବ ସେନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯିବା ବୋଲି ଅଧିକାରୀ ଜଣକ କହିଛନ୍ତି। ଏଥିସହିତ ଅଧିକାରୀ ଜଣକ କହିଛନ୍ତି ଯେ, ଆମର ମୂଳ ଲକ୍ଷ ଭାରତରେ ଆଇପିଏଲ୍‌ ଆୟୋଜନ କରିବାର ଥିଲା। ହେଲେ ମହାମାରୀ କରୋନା କାରଣରୁ ଭାରତରେ ଏହା ସମ୍ଭବପର ନୁହେଁ। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କା କିମ୍ବା ୟୁଏଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଆଇପିଏଲ କେଉଁ ଦେଶରେ ଆୟୋଜନ ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ହେଲେ ୧୩ ତମ ସଂସ୍କରଣ ଭାରତ ବାହାରେ ହେବା ନେଇ ସମ୍ଭାବନା ରହିଛି। ଭାରତରେ ବର୍ତ୍ତମାନ ପରିସ୍ଥିତି ଏପରି ନୁହେଁ ଯେ ସମସ୍ତ ଦଳ ଗୋଟିଏ କିମ୍ବା ଦୁଇଟି ସହରରେ ଏକାଠି ହୋଇପାରିବେ। ଯଦିଓ ବନ୍ଦ ଦ୍ୱାରରେ ମ୍ୟାଚ୍ କରାଯାଇପାରିବ, କିନ୍ତୁ ଖେଳାଳି ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଏହା ଠିକ୍ ହେବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

Comments are closed.