Odisha Link
Bridging the Missing Links in Odisha

ଜୁଲାଇ ୧୩ରୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ କଲେଜ ପିଲା, ସପ୍ତାହକୁ ୩ ଦିନ

ଭୁବନେଶ୍ବର: ମହାମାରୀ କରୋନା ଭାଥରସ୍, ଲକ୍‌ଡାଉନ୍‌ ଓ ଅନଲକ୍‌ କଟକଣା ପାଇଁ ବନ୍ଦ ରହିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଏବର୍ଷ ପାଠପଢ଼ାରେ ବାଧା ପହଞ୍ଚିବ ବୋଲି ଯେଉଁ ଆଲୋଚନା ହେଉଥିଲା ସେଥିରେ ଉଚ୍ଚଶିକ୍ଷା ବିଭାଗ ବିରାମ ଲଗାଇଛି। ଗ୍ରାଜୁଏଟ ଏବଂ ପିଜି ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢ଼ିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ସଚିବ ଅନଲାଇନ କ୍ଲାସ୍‌ ବାବଦରେ ସବୁ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଜୁଲାଇ ୧୩ରୁ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅଧ୍ୟାପକମାନେ ପ୍ରସ୍ତୁତ ରହିବାକୁ ଚିଠିରେ ଦର୍ଶାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ନେଇ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଗଠନ କରାଯିବ। ଗୋଟିଏ ଗ୍ରୁପରେ ୩୨ ଜଣ ଛାତ୍ରଛାତ୍ରୀ ରହିବେ।

ଗୁଗୁଲ ମିଟ୍‌/ଜୁମ୍‌/ସ୍କାଇପ୍‌ରେ ଅନଲାଇନ୍‌ କ୍ଲାସ ହେବ। ଦିନକୁ ୨ରୁ ୩ ଘଣ୍ଟା ପାଠପଢ଼ା ହେବ। ସପ୍ତାହକୁ ୩ ଦିନ ଚାଲିବ। ହ୍ୱାଟ୍‌ସ୍‌ଆପ୍‌ ଏବଂ ମେଲ୍‌ରେ ପିଲାମାନଙ୍କୁ ଅନଲାଇନ୍‌ କ୍ଲାସ ସମ୍ପର୍କରେ ଶିକ୍ଷକମାନେ ନୋଟିସ୍‌ ପଠାଇବେ। ଅନଲାଇନ୍‌ କ୍ଲାସ ବେଳେ ହିଁ ପିଲାମାନଙ୍କର ଉପସ୍ଥାନ ନିଆଯିବ।

Comments are closed.