Odisha Link
Bridging the Missing Links in Odisha

ଯାଜପୁରରେ ବିଭତ୍ସ କାଣ୍ଡ: ସ୍ତ୍ରୀ ମୃତ, ସ୍ୱାମୀ-ଝିଅ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର ହୋଇଥିବା ସୂଚନାା ରହିଛି। ଗୁରୁତର ଅବସ୍ଥାରେ ବାପା ଓ ଝିଅକୁ କଟକ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଯାଜପୁର ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତର ମହାନ୍ତି ସାହିରେ ଗତକାଲି ରାତିରେ ଏକ ଅଘଟଣ ଘଟିଯାଇଛି। ଏହି ଅଘଟଣରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି I ମୃତ ମହିଳାଙ୍କ ନାଁ ତରୁଲତା ବିଶ୍ୱାଳ ଓ ସେ ଜଣେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ୱାମୀ ଇଞ୍ଜିନିୟର ଥିବା ବେଳେ ୧୬ ବର୍ଷୀୟା ଝିଅ କଟକରେ ରହି ପାଠ ପଢ଼ୁଥିଲେ।

ଆଜି ସକାଳୁ ତରୁଲତା ରହୁଥିବା ଭଡାଘର ଅଗଣାରେ ତରୁଲତାଙ୍କ ମୃତ ଦେହ ପଡିଥିବାର ପଡୋଶୀ ଲୋକେ ଦେଖିବାକୁ ପାଇଥିଲେ। ଏହାସହ ତରୁଲତାଙ୍କ ସ୍ୱାମୀ ନିତ୍ୟାନନ୍ଦ ମଲିକ ଓ ଝିଅ ଜୟଶ୍ରୀ ମଲିକ ଗୁରୁତର ଥିବା ଦେଖିବାକୁ ପାଇଲେ। ଖବର ପାଇ ଧର୍ମଶାଳା ଥାନା ଆଇଆଇସି ପହଞ୍ଚି ତରୁଲତା ଏବଂ ଦୁଇ ଆହତ ନିତ୍ୟ ରଞ୍ଜନ ମଲିକ ଓ ଜୟଶ୍ରୀ ମଲିକଙ୍କୁ ମେଡିକାଲ ପଠାଯାଇଥିଲ।। ମୃତ ତରୁଲତା ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। SDPO ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସୂଚନାଥାଉକି, ତରୁଲତା ବିଶ୍ୱାଳ ଦୀର୍ଘ ୨୫ବର୍ଷ ହେବ ମିର୍ଜାପୁର ମହାନ୍ତି ସାହିରେ ଏକ ଭଡା ଘରେ ରହି ଆସୁଥିଲେI ତାଙ୍କ ସହ ତାଙ୍କ ସ୍ୱାମୀ ନିତ୍ୟରଞ୍ଜନ ମଲିକ ଓ ଝିଅ ଜୟଶ୍ରୀ ମଲିକ ରହୁଥିଲେ। ତରୁଲତା ନିକଟସ୍ଥ ମିର୍ଜାପୁର ଅନନ୍ତ କୁମାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

Comments are closed.