Odisha Link
Bridging the Missing Links in Odisha

ନୟାଗଡ଼ରେ ୨୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୭ ଚିହ୍ନଟ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ବାସିନ୍ଦା ଚିନ୍ତାରେ। ଜିଲ୍ଲାରୁ ଆଜି ଆଉ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୨୫୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ଜିଲ୍ଲାରେ ଚିହ୍ନଟ ହୋଇଥିବାଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକ ସୁନାମୁହିଁ ରୁ ୧୪ ଜଣ, ଗିରିଡିପଲ୍ଲୀ ରୁ ଜଣେ, କୋମଣ୍ଡରୁ ଜଣେ, କୁରାଳ ରୁ ଜଣେ, ଖଙ୍ଗାରପଲ୍ଲୀରୁ ଜଣେ ,ଗଣିଆ ବ୍ଲକ କିଶୋରପ୍ରସଦରୁ ଜଣେ, ଖଣ୍ଡପଡା ବ୍ଲକ ବେଣାଗଡ଼ିଆ ରୁ ଜଣେ, ନୟାଗଡ଼ ବ୍ଲକ ମାଛିପଡା ଗ୍ରାମରୁ ଜଣେ , ତୁଲାସୀପୁର, ଲକ୍ଷ୍ମୀପ୍ରସାଦ , ପଲଗୁଣ୍ଠୁଣିରୁ , ହରିହରପୁର ସମେତ ସହରର ବିଭିନ୍ନ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଟାଉନ ଥାନା ପୁଲିସ୍ ବାରାକରୁ ୪ ଜଣ ଚିହ୍ନଟ ହୋଇଥିବା ଖବର ପ୍ରକାଶ ପାଇଛି।

ବର୍ତ୍ତମାନ ଜିଲ୍ଲାରେ ୨୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧୫୭ ଜଣ ସୁସ୍ଥ ହୋଇ ଫେରି ଆସିଥିବା ବେଳେ ୧୦୮ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

Comments are closed.