୧୦୦ ବର୍ଷରେ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି ‘କରୋନା’: RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ପାଇଁ ଗତ ୧୦୦ ବର୍ଷରେ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ଉଭା ହୋଇଛି। କରୋନା ଭାଇରସ୍ ଦ୍ବାରା ସୃଷ୍ଟି ହୋଇଥିବା ସାଂପ୍ରତିକ ସଙ୍କଟରୁ ଆର୍ଥିକ ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏଥିସହିତ ଅର୍ଥନୀତିରେ ପୁନରୁଦ୍ଧାର ପାଇଁ ସହାୟତା ଦିଆଯାଉଛି ବୋଲି ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
ଏସବିଆଇ ଦ୍ୱାରା ଆୟୋଜିତ ଭର୍ଚୁଆଲ୍ କନକ୍ଲେଭ ‘ବ୍ୟବସାୟ ଏବଂ ଅର୍ଥନୀତି ଉପରେ କୋଭିଡ -୧୯ ପ୍ରଭାବ’ ରେ ଯୋଗ ଦେଇ ଦାସ କହିଛନ୍ତି ଯେ ଅଭିବୃଦ୍ଧି ହେଉଛି ଆରବିଆଇର ସବୁଠାରୁ ବଡ ପ୍ରାଥମିକତା। ଆର୍ଥିକ ସ୍ଥିରତା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ବୋଲଇ ଶ୍ରୀ ଦାସ କହିଛନ୍ତି।
ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ମହାମାରୀ ଦ୍ବାରା ହୋଇଥିବା କ୍ଷତିକୁ ଚିହ୍ନଟ କରିବା ପାଇଁ ଅଫ୍ସାଇଟ୍ ସର୍ଭିଲାନ୍ସ ମେକାନିଜିମ୍କୁ ମଜଭୁତ କରାଯାଉଛି। କରୋନା ଭାଇରସର ପ୍ରଭାବ ହେତୁ NPA ବୃଦ୍ଧି ପାଇବ ଏବଂ କ୍ୟାପିଟାରେ ହ୍ରାସ ପାଇବ। ସେ କହିଛନ୍ତି ଯେ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି (ପିଏମସି) ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ଆରବିଆଇ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରୁଛି ବୋଲି ସେ କହିଛନ୍ତି।