Odisha Link
Bridging the Missing Links in Odisha

ସୁନ୍ଦରଗଡ଼ ଗଲେ ସାଗରୀକା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ଆଇପିଏସ୍‌ ସାଗରୀକା ନୂତନ ଭାବେ ସୁନ୍ଦରଗଡ଼ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି। ସେହପିରି ଏମ୍. ଅକ୍ଷୟ ହେଲେ ସିଏମ୍‌ଡି POH &WC । ସତ୍ୟଜିତ ମହାନ୍ତି ହେଲେ ଡିଜି FS & CG, HG। ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ।

ଏହାବ୍ୟତୀତ ପ୍ରବୀଣ କୁମାର ହେଲେ ଆଇଜି ଆଇନ ଶୃଙ୍ଖଳା। ସାର୍ଥକ ଷଡ଼ଙ୍ଗୀଙ୍କର କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି। ଗଜପତି ଏସ୍‌ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି। ବିନୀତ ଅଗ୍ରୱାଲ ହେଲେ କନ୍ଧମାଳ ଏସ୍‌ପି। ସାଗରିକା ନାଥ ହେଲେ ସୁନ୍ଦରଗଡ଼ ଏସ୍‌ପି। ସୌମ୍ୟା ମିଶ୍ର ହେଲେ ଡିସିପି ଟ୍ରାଫିକ୍। ରାହୁଲ ଜୈନ ହେଲେ ନୂଆପଡ଼ା ଏସ୍‌ପି। ଏସ୍.ସି ଜମାଦାର ହେଲେ ଦେବଗଡ଼ ଏସ୍‌ପି। ତପନ କୁମାର ପଟ୍ଟନାୟକ ହେଲେ ଗଜପତି ଏସ୍‌ପି। ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଏବଂ ଅଖିଳେଶ୍ୱର ସିଂହ ହେଲେ ପୁରୀ ଏସ୍‌ପି।

Comments are closed.