Odisha Link
Bridging the Missing Links in Odisha

ଭୁବନେଶ୍ୱର ଓ କଟକରେ ନୂଆ ଡିସିପି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ଭୁବନେଶ୍ଵର ଏବଂ କଟକର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ପୁରୀ ଏସପି ଉମାଶଙ୍କର ଦାସଙ୍କୁ ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଅଖିଳେଶ୍ଵର ସିଂହଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ଦାୟିତ୍ଵ ଦିଆଯାଇଛି। ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କଟକ ଡିସିପି ଥିବା ଅଖିଳେଶ୍ଵର ସିଂହଙ୍କୁ ପୁରୀ ଏସପି ଭାବେ ନିଯୁକ୍ତ କରାଯାଇଛି।

ସେହପିରି ଏମ୍. ଅକ୍ଷୟ ହେଲେ ସିଏମ୍‌ଡି POH &WC । ସତ୍ୟଜିତ ମହାନ୍ତି ହେଲେ ଡିଜି FS & CG, HG। ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ।

ଏହାବ୍ୟତୀତ ପ୍ରବୀଣ କୁମାର ହେଲେ ଆଇଜି ଆଇନ ଶୃଙ୍ଖଳା। ସାର୍ଥକ ଷଡ଼ଙ୍ଗୀଙ୍କର କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି। ଗଜପତି ଏସ୍‌ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି। ବିନୀତ ଅଗ୍ରୱାଲ ହେଲେ କନ୍ଧମାଳ ଏସ୍‌ପି। ସାଗରିକା ନାଥ ହେଲେ ସୁନ୍ଦରଗଡ଼ ଏସ୍‌ପି। ସୌମ୍ୟା ମିଶ୍ର ହେଲେ ଡିସିପି ଟ୍ରାଫିକ୍। ରାହୁଲ ଜୈନ ହେଲେ ନୂଆପଡ଼ା ଏସ୍‌ପି। ଏସ୍.ସି ଜମାଦାର ହେଲେ ଦେବଗଡ଼ ଏସ୍‌ପି। ତପନ କୁମାର ପଟ୍ଟନାୟକ ହେଲେ ଗଜପତି ଏସ୍‌ପି।

Comments are closed.