Odisha Link
Bridging the Missing Links in Odisha

ସତ୍ୟକୁ ହଇରାଣ କରାଯାଇପାରେ, ପରାଜିତ ନୁହେଁ: ପାଇଲଟ୍

ଜୟପୁର: ରାଜସ୍ଥାନ ରାଜନୀତିରେ ମହାନାଟକ। ପ୍ରତ୍ୟେକ ମୁହୁର୍ତ୍ତରେ ରାଜସ୍ଥାନ ରାଜନୈତିରେ ହଟଚମଟ। ଏସବୁ ମଧ୍ୟରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବି ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ସୂଚନା ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ। ସେ କହିଛନ୍ତି ଯେ, ସତ୍ୟକୁ କିଛି ସମୟ ପାଇଁ ହଇରାଣ କରାଯାଇପାରେ, କିନ୍ତୁ ପରାଜିତ କରାଯାଇ ପାରିବ ନାହିଁ।

ମଙ୍ଗଳବାର ସକାଳେ ଜୟପୁରରେ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏଥିସହିତ ଦଳରେ ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରା ରାଜସ୍ଥାନ କଂଗ୍ରେସର ପିସିସି ସଭାପତି ହୋଇଛନ୍ତି। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛନ୍ତି ସୁରଜେଓ୍ୱାଲା।

ଅନ୍ୟପଟେ ରାଜ୍ୟରେ ଶାସକ ଦଳ ମଧ୍ୟରେ ଅସ୍ଥିରତା ବଢ଼ିବା ପରେ ବିରୋଧୀ ବିଜେପି ଏବେ ସକ୍ରିୟ ହୋଇଛି। ରାଜସ୍ଥାନ ବିଜେପି ଏବେ ବୈଠକ ଡାକି ଆଗାମୀ ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ରାଜସ୍ଥାନ ବିଜେପିର ପ୍ରମୁଖ ନେତା ଏବେ ବୈଠକ କରୁଥିବା ସୂଚନା ରହିଛି।

Comments are closed.