Odisha Link
Bridging the Missing Links in Odisha

ଲେଉଟିଲା ଲକ୍‌ଡାଉନ୍: ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଓ ରାଉରକେଲାରେ ୧୪ ଦିନ ତାଲାବନ୍ଦ

ଭୁବନେଶ୍ବର: ପୁଣି ଫେରିଲା ଲକ୍‌ଡାଉନ୍। ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ ହେଉଥିବା ବେଳେ ଏ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଆସନ୍ତାକାଲି (ଜୁଲାଇ ୧୭) ୯ଟା ଠାରୁ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ରାଜ୍ୟର ୪ ଜିଲ୍ଲା ଓ ଗୋଯିଏ ମ୍ୟୁନିସପାଲିଟିରେ ତାଲାବନ୍ଦ ଲାଗୁ ହେବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ବର ସମେତ), କଟକ ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ଯାଜପୁର ଜିଲ୍ଲା ସମେତ ରାଉରକେଲା ସହରାଞ୍ଚଳରେ ଏହି ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ।

  • ଲକ୍‌ଡାଉନ୍‌ ସମୟରେ ଏହି ସବୁ ଅଞ୍ଚଳକୁ ବାହାର ଜିଲ୍ଲାରୁ ଯାତାୟତ ବନ୍ଦ ରହିବ।
  • ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ଓ ସେବା ଭିନ୍ନ ଅନ୍ୟ ସବୁ ବନ୍ଦ ରହିବ।
  • ଔଷଧ ଦୋକାନ ଉପରେ କୌଣସି କଟକଣା ନାହିଁ।
  • ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ରହିବ।
  • ମଦ ଦୋକାନ ବନ୍ଦ ରହିବ।
  • ଅନ୍‌ଲାଇନ୍‌ କିଣାବିକା ଜାରି ରହିବ।
  • କଟକଣା ନ ମାନିଲେ ଆଇନ ଅନୁଯାୟୀ କଡ଼ା ଦଣ୍ଡ ଦିଆଯିବ।

Comments are closed.