Odisha Link
Bridging the Missing Links in Odisha

ଦିନ ଗୋଟାଏ ପରେ ବଜାର ବନ୍ଦ, ବିନା କାମରେ ଘରୁ ବାହାରିବା ମନା

ଭୁବନେଶ୍ବର: ପୁଣି ଫେରିଲା ଲକ୍‌ଡାଉନ୍। ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ ହେଉଥିବା ବେଳେ ଏ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଆସନ୍ତାକାଲି (ଜୁଲାଇ ୧୭) ୯ଟା ଠାରୁ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ରାଜ୍ୟର ୪ ଜିଲ୍ଲା ଓ ଗୋଯିଏ ମ୍ୟୁନିସପାଲିଟିରେ ତାଲାବନ୍ଦ ଲାଗୁ ହେବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ବର ସମେତ), କଟକ ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ଯାଜପୁର ଜିଲ୍ଲା ସମେତ ରାଉରକେଲା ସହରାଞ୍ଚଳରେ ଏହି ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ। ଏ ସମୟରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଜରୁରୀ ସାମଗ୍ରୀ ଦେକାନ ଖୋଲା ରହିବ। ଲକ୍‌ଡାଉନ୍‌ ସମୟରେ ଏହି ସବୁ ଅଞ୍ଚଳକୁ ବାହାର ଜିଲ୍ଲାରୁ ଯାତାୟତ ବନ୍ଦ ରହିବ। ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ଓ ସେବା ଭିନ୍ନ ଅନ୍ୟ ସବୁ ବନ୍ଦ ରହିବ। ଔଷଧ ଦୋକାନ ଉପରେ କୌଣସି କଟକଣା ନାହିଁ। ମଦ ଦୋକାନ ବନ୍ଦ ରହିବ। ଅନ୍‌ଲାଇନ୍‌ କିଣାବିକା ଜାରି ରହିବ। କଟକଣା ନ ମାନିଲେ ଆଇନ ଅନୁଯାୟୀ କଡ଼ା ଦଣ୍ଡ ଦିଆଯିବ ବୋଲି ମୁଖ୍ୟ ସଚିବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.