ଔରଙ୍ଗାବାଦ: ଲକ୍ଡାଉନ୍ କୋହଳ ପୂର୍ବରୁ ୧୮,୦୦୦ ଦୋକାନୀଙ୍କ କରୋନା ପରୀକ୍ଷା

ଔରଙ୍ଗାବାଦ: ୧୦ ଦିନିଆ ଲକ୍ଡାଉନ୍ ହଟିବା ପୂର୍ବରୁ ସହରର ସମସ୍ତ ଦୋକାନୀଙ୍କର କରୋନା ପରୀକ୍ଷଣ କରାଇଛନ୍ତି ଔରଙ୍ଗାବାଦ ମହାନଗର ନିଗମ କର୍ତୃପକ୍ଷ। ଜୁଲାଇ ୧୮ ମଧ୍ୟରାତ୍ରିରେ ଲକ୍ଡାଉନ୍ ଶେଷ ହେଉଥିବା ବେଳେ ସହରରେ ଥିବା ସମସ୍ତ ଦୋକାନୀ, ଉଠାଦୋକାନୀ ଓ ଫଳ ବ୍ୟବସାୟୀଙ୍କର କରୋନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ଦୋକାନ ଖୋଲିପାରିବେ ବୋଲି କର୍ତୃପକ୍ଷ କହିଛନ୍ତି।
ବିଶେଷ କରି ମାଂସ ଦୋକାନୀ, ତେଜରାତି ଦୋକାନୀ, ପରିବା ଦୋକାନୀ ଓ କ୍ଷୀର ଦୋକାନୀଙ୍କର ରିପୋର୍ଟ ନେଗେଟିଭ୍ ଆସିବା ଦରକାର ବୋଲି ନିଗମ ପକ୍ଷରୁ ସୂଚାଇ ଦିଆଯାଇଛି। ଏହି ସବୁ ଦୋକାନରେ ଅଧିକ ଜନଗହଳ ରହୁଥିବାରୁ ବିନା ପରୀକ୍ଷଣରେ କୌଣସି ବି ଦୋକାନୀ ବ୍ୟବସାୟ କରିପାରିବେ ନାହିଁ ବୋଲି କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ଔରଙ୍ଗାବାଦ ସହରରେ ୧୦,୧୬୬ ଜଣ ଏଯାବତ କରୋନା ଆକ୍ରାନ୍ତ ହେଲେଣି।