ନୂଆ ମ୍ୟାନେଜର ଖୋଜୁଛନ୍ତି ଦୂତୀ ଚାନ୍ଦ

ଭୁବନେଶ୍ବର: ନିଜ ପାଇଁ ନୂଆ ପରିଚାଳକ (manager) ଖୋଜୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ। ନିଜର ପୁରୁଣା ମ୍ୟାନେଜରଙ୍କୁ କାଢ଼ିଦେବା ପରେ ଏ ନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ଦୂତୀଙ୍କର ପୂର୍ବ ମ୍ୟାନେଜର ତପି ମିଶ୍ରଙ୍କୁ ସେ ବିଦା କରିଛନ୍ତି ବୋଲି ଫେସବୁକରେ ଲେଖିଛନ୍ତି ଦୂତୀ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା ବୋଲି ସେ ଜଣାଇଛନ୍ତି। ତେବେ ଆପୋଷ ସହମତି ଭିତ୍ତିରେ ଏହି ସମ୍ପର୍କ ଛିନ୍ନ ହୋଇଛି ବୋଲି ଦୂତୀ ଲେଖିଛନ୍ତି।
ଦୂତୀ ଏବେ ନୂଆ ମ୍ୟାନେଜର ସନ୍ଧାନ କରୁଛନ୍ତି। ଯେ ଯାଏଁ ନୂଆ ମ୍ୟାନେଜର ମିଳିନାହାନ୍ତି ସେ ପର୍ଯ୍ୟନ୍ତ ଦୂତୀଙ୍କୁ [email protected] ମେଲ୍ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।