Odisha Link
Bridging the Missing Links in Odisha

୨୦୨୧ ଫେବୃୟାରୀରେ ଆସିପାରେ କରୋନା ଭ୍ୟାକ୍‌ସିନ୍

ଭୁବନେଶ୍ବର: ଦେଶରେ ତଥା ସମଗ୍ର ରାଜ୍ୟରେ ବେକାବୁ ହେଉଛି କରୋନା ସଂକ୍ରମଣ। ଏହାକୁ ପ୍ରତିହତ କରିବା ପାଇଁ ସରକାର ଆପଣାଉଛନ୍ତି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ୨୦୨୧ ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପଶୁ ଠାରେ ଭ୍ୟାକସିନ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ ହେବ। ଏବେ ଫାଷ୍ଟ ଟ୍ରାଏଲ ଚାଲିଛି, ସଫଳତା ପରେ ସେକେଣ୍ଡ ଟ୍ରାଏଲ ହେବ। ଯଦି ସଫଳତା ମିଳେ ତେବେ ଡିସେମ୍ବର, ଜାନୁଆରୀ, ଫେବ୍ରୁଆରୀ ବେଳକୁ ଟିକା ଆସିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ, ଗଞ୍ଜାମରେ ସ୍ଥିତି ଉଦବେଗଜନକ ରହିଛି। ଏନେଇ ସରକାର ବହୁ ପଦକ୍ଷେପ ନେଉଛନ୍ତି। ପ୍ରାୟ ୯୨ ପ୍ରତିଶତ ଗ୍ରାମରେ କରୋନା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଯେଉଁମାନେ ପଜିଟିଭ ବାହାରୁଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତେଣୁ ଗୋଷ୍ଠୀ ସଂକ୍ରମଣ କୁହାଯିବ ନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ସେହିପରି ଏବେ ଦେଶରେ ଆଇଏଲଏସ ସହ ୬ଟି ସଂସ୍ଥାକୁ ଆଣ୍ଟିଭାଇରସ ଟେଷ୍ଟ ପାଇଁ କୁହାଯାଇଛି। ଅଗଷ୍ଟରୁ ଏହି ଟେଷ୍ଟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Comments are closed.