Odisha Link
Bridging the Missing Links in Odisha

ଭୁବନେଶ୍ବରରେ ୧୨ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪୯ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ ଜଣ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି ପାଇଥିବା ବେଳେ ୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡା, ଗଙ୍ଗନଗର, ୟୁନିଟ -୩ ଖାରବେଳ ନଗର, ଟଙ୍କାପାଣି, ବିଜେବି ନଗର, ଭରତପୁର ଓ ଲକ୍ଷ୍ମୀସାଗର ଅଂଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଏଜି ଛକ ନିକଟ ଏକ ସରକାରୀ ଅଫିସର କର୍ମଚାରୀ ଏବଂ ୟୁନିଟ -୩ ସରକାରୀ କ୍ୱାର୍ଟର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୋଖରିପୁଟ, ନୟାପଲ୍ଲୀ ଓ ଖଣ୍ଡଗିରିରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ କେବଳ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ୨୩୧କୁ ବୃଦ୍ଧି ପାଇଛି । ୫୭୬ଜଣ ସୁସ୍ଥ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ୬୪୨ଟି ସକ୍ରିୟ ମାମଲା ରହିଛି।

Comments are closed.