Odisha Link
Bridging the Missing Links in Odisha

ଧୋକା ଦେଲା ପାଇଲଟ୍‌, ବିଜେପି ସହିତ ରହିଛି: ଗେହଲଟ୍

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଅଶୋକ ଗେହଲଟ୍‌ କହିଛନ୍ତି ଯେ, ସଚିନ୍‌ ପାଇଲଟ୍‌ କଂଗ୍ରେସ ପିଠିରେ ଛୁରି ମାଡ଼ କରିଛନ୍ତି। ତାଙ୍କୁ ବହୁ କମ୍‌ ବୟସରେ ବହୁତ କିଛି ମିଳିଯାଇଥିଲା। ତେଣୁ ଏଭଳି କରିଲା ବୋଲି ଗେହଲଟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆମେ ଜାଣିଥିଲୁ ସଚିନ୍ ପାଇଲଟ୍ ପ୍ରଭାବହୀନ, ଅପାରଗ, ଅକ୍ଷମ। ସେ କିଛି କରୁ ନାହାଁନ୍ତି ଏବଂ ଖାଲି ଲୋକଙ୍କ ମଧ୍ୟରେ ଲଢ଼େଇ କରୁଛି। ଆମେ ପାଇଲଟଙ୍କ ସମ୍ମାନ ହରାଇ ନାହୁଁ, କିନ୍ତୁ ସେ ବହୁତ ଖରାପ ଖେଳ ଖେଳିଛି। ବିଜେପିକୁ ଖୁସି କରିବାକୁ ଯାଇ ସେ ଷଡଯନ୍ତ୍ର ରଚିଛ। ହାଇକୋର୍ଟରେ ହରିଶ ସାଲଭେ ତାଙ୍କ ମାମଲାରେ ଳଢ଼ୁଛନ୍ତି, ଏତେ ଟଙ୍କା କେଉଁଠୁ ଆସୁଛି? ଦେଶ ଭିତରେ ଗୁଣ୍ଡାଗର୍ଦି ହେଉଛି। ପାଇଲଟଙ୍କ ଅସଲ ମୁଖା ଏବେ ସାମ୍ନାକୁ ଆସିଲା ବୋଲି ଗେହଲଟ କହିଛନ୍ତି।

Comments are closed.