Odisha Link
Bridging the Missing Links in Odisha

ରାଜ୍ୟର ସମ୍‌ ହସ୍ପିଟାଲରେ ହେବ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ

ଭୁବନେଶ୍ବର: ରାଜ୍ୟର ସମ୍‌ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭାକ୍ସିନର ମାନବ ପରୀକ୍ଷଣ ପ୍ରକିୟା। ଆସନ୍ତା ବୁଧବାର ଠାରୁ କୋଭାକ୍ସିନର ମାନ ପରୀକ୍ଷଣ ହେବ।ଏନେଇ ଡିପାର୍ଟମେଣ୍ଟ ଅଫ କମ୍ୟୁନିଟି ମେଡିସିନ ଲ୍ୟାବ ଉଦଘାଟିତ ହୋଇଯାଇଛି। ବୁଧବାର ଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ତେବେ ସମରେ ସପ୍ତାହକ ଭିତରେ ଆରମ୍ଭ ହୋଇଯିବ ମାନବ ପରୀକ୍ଷଣ । ଏନେଇ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇସାରିଛି । ମୋଟ୍ ୪ଟି ପଯ୍ୟାୟରେ ମାନବ ପରୀକ୍ଷଣ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ପଞ୍ଜୀକରଣ ଓ ସ୍କ୍ରିନିଂ ଆରମ୍ଭ ହେବ ।ଏଥିରେ ୧୮ରୁ ୫୫ ବର୍ଷର ସ୍ୱେଚ୍ଛାସେବୀ ସାମିଲ ହେବେ । ଏଥିସହ ଯେଉଁମାନେ ଚାହିଁବେ, ସେମାନେ ସ୍ୱତନ୍ତ୍ର ୱେବସାଇଟ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ଭେଙ୍କଟ ରାଓ କହିଛନ୍ତି । ଏହି ସମସ୍ତ ପ୍ରକିୟାରେ ନିୟୋଜିତ ଅଛନ୍ତି ୭ ଜଣିଆ ଡାକ୍ତରୀ ଦଳ।

ଅପରପକ୍ଷେ, ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ (ଏମ୍ସ)ରେ ଆଜିଠାରୁ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି। ଏଥିପାଇଁ ସୋମବାର ଠାରୁ ପରୀକ୍ଷାରେ ଯୋଗଦେବାକୁ ଇଚ୍ଛୁକ ସୁସ୍ଥ ଲୋକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବ ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ (ଏମ୍ସ)।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୋଭାକ୍ସିନ୍ ଟିକାର ମାନବ ଉପରେ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ସମେତ ୧୨ଟି ଅନୁଷ୍ଠାନକୁ ଚୟନ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୩୭୫ ଜଣଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ । ସେଥି ମଧ୍ୟରୁ ସର୍ବାଧିକ ୧୦୦ ଜଣ ଲୋକ ଏମ୍ସରୁ ହୋଇପାରନ୍ତି

Comments are closed.