ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର। ଏହାକୁ ନଜରରେ ରଖି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସେ ଏବେ ମୟୁରଭଞ୍ଜ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ କରୋନା ମୁକାବିଲାରେ ସମ୍ବଲପୁର ଜିଲ୍ଳାପାଳଙ୍କୁ ସହଯୋଗ କରିବା ନେଇ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ନୂଆ ଦାୟିତ୍ୱରେ ଯୋଗ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସୂଚନାଯୋଗ୍ୟ, ଯେ ଆଜି ସମ୍ବଲପୁରରେ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।