Odisha Link
Bridging the Missing Links in Odisha

ଆଇପିଏଲ୍‌ ୧୩: ସେପ୍ଟେମ୍ବର ୧୯ରୁ ଆରମ୍ଭ, ନଭେମ୍ବର ୮ରେ ଫାଇନାଲ!

ନୂଆଦିଲ୍ଲୀ: କରୋନା କାଳରେ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୟୁଏଇରେ ଖେଳାଯିବ। ଆଇପିଏଲର ୧୩ ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ରେ ଶେଷ ହେବ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଆସନ୍ତା ସପ୍ତାହରେ ଆଇପିଏଲର ଗଭର୍ଣ୍ଣିଂ ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ଏନେଇ ମୋହର ଲାଗିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି।

ପୂର୍ବରୁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଆଇପିଏଲ୍‍ ଖେଳାଯିବ ବୋଲି ବିସିସିଆଇ କହିଥିବା ବେଳେ ଷ୍ଟାର୍‍ ସ୍ପୋର୍ଟସ ଏହାର ବିରୋଧ କରିଥିଲା। ୪୪ ଦିନରେ ୬୦ଟି ମ୍ୟାଚ୍‍ ଖେଳାଗଲେ ଏହା ରାଜସ୍ୱ ହରାଇବ। ଏହି ଦାବିର ବିଚାରକରି ବିସିସିଆଇ ଖେଳସୂଚୀ ପରିବର୍ତ୍ତନ କରିବାକୁ ଠିକ୍‍କରିଛି। ସପ୍ତାହେ ପୂର୍ବରୁ ଆଇପିଏଲ୍‍ ଆରମ୍ଭହେଲେ ଦିନ ବେଳା ମ୍ୟାଚ୍‍ (ଭାରତୀୟ ସମୟ ଅପରାହ୍ନ ୩.୩୦ରୁ)ର ସଂଖ୍ୟା କମ୍‍ ହୋଇଯିବ। କାରଣ ଦିନବେଳା ମ୍ୟାଚ୍‍ର ଟିଭି ଦର୍ଶକ ସଂଖ୍ୟା କମ୍‍। ଅନ୍ୟପକ୍ଷରେ ନଭେମ୍ବର ୧୪ରେ ଦୀପାବଳି ଥିବାରୁ ଏହାର ଫାଇଦା ଉଠାଇବା ପାଇଁ ଦୀପାବଳୀ ସପ୍ତାହରେ ଆଇପିଏଲ୍‍ର ପ୍ଲେଅଫ୍‍ ମ୍ୟାଚ୍‍ ରଖିବାକୁ ଷ୍ଟାର୍‍ ସ୍ପୋର୍ଟସ ଚାହିଁଥିଲା। ଅର୍ଥାତ୍‍ ନଭେମ୍ବର ୨୬ରୁ ଆଇପିଏଲ୍‍ ଆରମ୍ଭକରି ନଭେମ୍ବର ୮ ବଦଳରେ ସପ୍ତାହେ ପରେ ୧୫ରେ ଆଇପିଏଲ୍‍ର ଫାଇନାଲ ମ୍ୟାଚ୍‍ ଖେଳାଯାଉ ବୋଲି ଷ୍ଟାର୍‍ ସ୍ପୋର୍ଟସ ଚାହିଁଥିଲା।

ଅପରପକ୍ଷେ, ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଡିସେମ୍ବର ୩ରୁ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବାର ଅଛି। ଏଥିପାଇଁ ଭାରତୀୟ ଦଳକୁ ବହୁତ ପୂର୍ବରୁ ଅଷ୍ଟ୍ରେଲିଆ ଯିବାକୁ ପଡ଼ିବ। ନଭେମ୍ବର ୮ରେ ଯଦି ଆଇପିଏଲ୍‍ ସମାପ୍ତ ହୋଇଯାଏ। ତେବେ ଭାରତୀୟ ଦଳ ୧୦ରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିବ। ସେଠାରେ ଖେଳାଳିଙ୍କର କୋଭିଡ୍‍-୧୯ ପରୀକ୍ଷା ହେବ ଏବଂ ସେମାନଙ୍କୁ ୨ ସପ୍ତାହ କ୍ବାରାଣ୍ଟିନରେ ରଖାଯିବ। ଏହାପରେ ୨ଟି ଅଭ୍ୟାସ ମ୍ୟାଚ୍‍ ଖେଳିବା ପାଇଁ ଭାରତୀୟ ଖେଳାଳି ସମୟ ପାଇପାରିବେ। ନଭେମ୍ବର ୧୯ରୁ ଆଇପିଏଲ୍‍ ଆରମ୍ଭହେଲେ ୪୪ ଦିନ ବଦଳରେ ୫୧ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ଫଳରେ ଅଳ୍ପକିଛି ଦିନବେଳା ମ୍ୟାଚ୍‍ ଖେଳାଯିବ। ଜୁଲାଇ ୨୪ରେ ଆଇପିଏଲ୍‍ ପରିଚାଳନା ପରିଷଦର ବୈଠକ ବସିବ। ବୈଠକ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।

Comments are closed.