Odisha Link
Bridging the Missing Links in Odisha

କରୋନା କବଳରେ ପୋଲସରା ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ରାଜ୍ୟରେ ୨୨ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଅପରପକ୍ଷେ କରୋନା କାୟାରୁ ନିସ୍ତାର ପାଉ ନାହାନ୍ତି ରାଜ୍ୟର ଜଣେ ପରେ ଜଣେ ବିଧାୟକ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ସେ ପୂର୍ବରୁ ଗଞ୍ଜାମରୁ ଫେରିଥିବାବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ବିଧାୟକ କହିଛନ୍ତି। ଏବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି।

ସୂଚନାଥାଉକି, ଏହା ପୂର୍ବରୁ ରାଜ୍ୟର ୩ ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟୁ ନୀଳଗିରି ବିଧାୟକ ସୁସ୍ଥ ହୋଇ ଫେରି ସାରିଲେଣି।

Comments are closed.