Odisha Link
Bridging the Missing Links in Odisha

କରୋନା: ୨୪ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୩୨୦ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୨୪ଟି ଜିଳ୍ଲାରୁ ୧୩୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୪୩୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ସବୁଦିନ ପରି ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୬, ବାଲେଶ୍ବରରୁ ୨୩, ବରଗଡ଼ରୁ ୧୪, ଭଦ୍ରକରୁ ୨୮, ବଲାଙ୍ଗୀରରୁ ୯, କଟକରୁ ୪୭, ଦେବଗଡ଼ରୁ ୧, ଗଜପତିରୁ ୯୦, ଜଗତସିଂହପୁରରୁ ୩, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କନନ୍ଧମାଳରୁ ୩୯, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୧୭୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮, ନୂଆପଡ଼ା୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୋନପୁରରୁ ଜଣେ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି।

 

 

Comments are closed.