Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ ରାଜନୀତି

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ ରାଜନୀତି। ବିଜେପି ବିଧାୟକ ମଦନ ଦିଲବାର ବିଏସ୍‌ପି ବିଧାୟକ କଂଗ୍ରେସରେ ମିଶ୍ରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ କଂଗ୍ରେସ ଟାର୍ଗେଟ କରିଛନ୍ତି। ଅପରପକ୍ଷେ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଆବାସରେ ଅନୁଷ୍ଠିତ ହେଉଛି କ୍ୟାବିନେଟ ବୈଠକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଗାମୀ ବିଧାନସଭା ଅଧିବେଶନ ବିଷୟରେ ଆଲୋଚନା ହୋଇପାରେ। ରାଜ୍ୟପାଳ ଉଠାଇଥିବା ୩ଟି ପଏଣ୍ଟ ଉପରେ ଆଲୋଚନା ହୋଇପାରେ।

ଅପରପକ୍ଷେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରିବା ଏବଂ ତୃତୀୟ ଥର ପାଇଁ ବିଧାନସଭା ଅଧିବେଶନ ଡକାଇବା ଆବେଦନ ପାଇଁ ଅଶୋକ ଗେହଲୋଟ୍ ସରକାର ପ୍ରସ୍ତୁତି ଚଳାଇଛନ୍ତି।ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ଦାବିକୁ ରାଜ୍ୟପାଳ ଦୁଇଥର ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ରାଜ୍ୟପାଳ ମିଶ୍ର କହିଛନ୍ତି ଯେ ସେ ଅଧିବେଶନ ଡାକିବାକୁ ପ୍ରସ୍ତୁତ, ହେଲେ ସରକାରଙ୍କୁ ୨୧ ଦିନିଆ ନୋଟିସ ଦେବାର ସର୍ତ୍ତ ଗ୍ରହଣ କରିବାକୁ ପଡିବ। ଏଥି ସହିତ ରାଜ୍ୟପାଳ ମଧ୍ୟ ସରକାରଙ୍କୁ ୨ ଟି ପ୍ରଶ୍ନ ପଚାରିଚନ୍ତି।

ଅପରପକ୍ଷେ ବାହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ବିଏସପି ପୂର୍ବରୁ ମଧ୍ୟ କୋର୍ଟ ଯାଇଥାନ୍ତୁ କିନ୍ତୁ ଆମେ କଂଗ୍ରେସ ଦଳ ତଥା ସିଏମ ଅଶୋକ ଗେହଲୋଟଙ୍କୁ ଶିକ୍ଷା ଦେବା ପାଇଁ ଉପଯୁକ୍ତ ସମୟ ଖୋଜୁଥିଲୁ। ଏବେ ଆମେ କୋର୍ଟର ଦ୍ବାରସ୍ଥ ହବୋକୁ ସ୍ଥିର କରିଛୁ। ଆମେ ଏହି ବିଷୟକୁ ଏଭଳି ଛାଡ଼ି ଦେବୁ ନାହିଁ ଆମେ ମଧ୍ୟ ସୁପ୍ରିମକୋର୍ଟ ଯିବୁ ବୋଲି ମାୟାବତୀ କହିଛନ୍ତି।

ମାୟବତୀ ଆହୁରି କହିଛନ୍ତି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପରେ ୬ଜଣ ବିଏସପି ବିଧାୟକ ତାଙ୍କୁ ବିନା ସର୍ତ୍ତରେ ସମର୍ଥନ କରିଛନ୍ତି। ଦୁର୍ଭାଗ୍ୟବଶତ ସିଏମ୍ ଗେହଲୋଟ୍ ଅସାମ୍ବିଧାନିକ ଭାବରେ ବିଧାୟକମାନଙ୍କୁ କଂଗ୍ରେସ ସହିତ ମିଶାଇ ତାଙ୍କର ମନ୍ଦ ଉଦ୍ଦେଶ୍ୟରେ ଏବଂ ବିଏସପିକୁ କ୍ଷତି ପହଞ୍ଚାଇବାକୁ ଲାଗିଲେ। ଏପରିକି ସେ ତାଙ୍କର ଶେଷ କାର୍ଯ୍ୟକାଳରେ ମଧ୍ୟ କରିଥିଲେ ବୋଲି ମାୟାବତୀ କହିଛନ୍ତି।

Comments are closed.