୨୦ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୋଦି ସରକାର ନିଖୋଜ: ରାହୁଲ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୨୦ ଲକ୍ଷ ୨୭ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ।
ସେ ଟୁଇଟ କରି କହିଛନ୍ତି ଯେ, ୨୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୋଦି ସରକାର ନିଖୋଜ। ସୂଚନାଥାଉକି, ୧୭ ଜୁଲାଇରେ ରାହୁଲ ଗାନ୍ଧୀ ଏକ ଟୁଇଟ କରିଥିଲେ। ସେ ଲେଖିଥିଲେ ଯେ ଦେଶରେ ୧୦ ଲକ୍ଷ ଆକ୍ରାନ୍ତଙ୍କ ସଂଖ୍ୟା ପାରା ହେଲାଣି। ଏଭଳି ଭାବରେ କରୋନା ସଂକ୍ରମଣ ବିଢ଼ିବାରେ ଲାଗେତ ଅଗଷ୍ଟ ୧୦ ସୁଦ୍ଧା ଦେଶରେ ୨୦ ଲକ୍ଷରୁ ଅଧିକ ଆକ୍ରାନ୍ତ କରୋନା ପଜିଟିଭ ଚିହ୍ନଟ ହେବେ।
20 लाख का आँकड़ा पार,
ग़ायब है मोदी सरकार। https://t.co/xR9blQledY— Rahul Gandhi (@RahulGandhi) August 7, 2020
ସୂଚନାଥାଉକି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ନୂଆ ୬୨,୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୮୮୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୪୯,୭୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୨୭,୦୭୪ରେ ପହଁଞ୍ଚିଛି। ସେମଧ୍ୟରୁ ୪୧,୫୮୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୬,୦୭,୩୮୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୧୩,୭୮,୧୦୫ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Comments are closed.