Odisha Link
Bridging the Missing Links in Odisha

ମୁମ୍ବାଇରେ ସୁଶାନ୍ତଙ୍କୁ ପରିଚୟ ମିଳିଛି ବିହାରରେ ନୁହେଁ: ଶିବସେନା

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୁୃତ୍ୟୁକୁ ପାଖାପାଖୀ ୨ମାସ ବିତିଗଲାଣି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ସାରିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇ ସାରିଛି। ବିହାର ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଗୋଟାଏ ପ୍ରକାର କନ୍ଦଳ ଆରମ୍ଭ ହୋଇଛି। ମହାରାଷ୍ଟ୍ର ମେଣ୍ଟ ସରକାରରେ ଥିବା ଶିବସେନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି।

ଶିବସେନାର ମୁଖପତ୍ର ସାମ୍ନାରେ ପ୍ରକାଶିତ ଏକ ଖବର ମୁତାବିକୁ ବିହାର ସରକାର ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବା ଅନୁଚିତ। ଗତ କିଛି ବର୍ଷ ହେବ ସୁଶାନ୍ତ ମୁମ୍ବାଇରେ ରହୁଥିଲେ। ମୁମ୍ବାଇରେ ହିଁ ସୁଶାନ୍ତଙ୍କୁ ଖ୍ୟାତି, ପରିଚୟ ମିଳିଛି। ସୁଶାନ୍ତଙ୍କ ସଂଘର୍ଷ ସମୟରେ ବିହାର ସରକାର ତାଙ୍କୁ ସମର୍ଥନ କରି ନଥିଲେ।

ଆହୁରି ସାମ୍ନାରେ ଲେଖା ଯାଇଛି ଯେ, ସୁଶାନ୍ତ ସିଂଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରିବା ପରେ ଯାଇ ପଛ ସପ୍ତାହରେ ବିହାର ସରକାର ସିବିଆଇ ଯାଞ୍ଚ ପାଇଁ କହିଥିଲେ। ସୁଶାନ୍ତ ସିଂ ତାଙ୍କ ଜୀବନ କାଳ ମଧ୍ୟରେ କେବେ ହେଲେ ବହାରର ଉତ୍ପତ୍ତି କିମ୍ବା ବିହାର ସଂଯୋଗ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ନାମରେ ସୁଶାନ୍ତଙ୍କ ପରିବାର କେସ୍‌ ଦାୟର କରିବା ପରେ ବିହାର ସରକାର ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି।

ଏଥିସହିତ ଆହୁରି ଲେଖା ଯାଇଛି ଯେ, ବିହାର ପୁଲିସ୍‌ ଇଣ୍ଟରପୋଲ ନୁହେଁ। ଏହି ଘଟଣାରେ ମୁମ୍ବାଇ ପୁଲିସ୍‌ ତଦନ୍ତ କରୁଛି ଏବଂ ଏଥିରେ ଅନ୍ୟ କୌଣସି ରାଜ୍ୟ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସମସ୍ତଙ୍କର ସତ୍ୟ ଜାଣିବାର ଅଧିକାର ଅଛି, କିନ୍ତୁ ଏହା ଠିକ୍ ନୁହେଁ ଯେ କେବଳ ସିବିଆଇ କିମ୍ବା ବିହାର ପୋଲିସ ହିଁ ସତ୍ୟ ପ୍ରକାଶ କରିପାରିବ।

ବିହାର ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ଟାର୍ଗେଟ କରି ଲେଖା ଯାଇଛି ଯେ, ବିହାର ପୁଲିସ୍‌ ଡିଜି ଗୁପ୍ତେଶ୍ବର ପାଣ୍ଡେ ବିଜେପି କିମ୍ବା ଜେଡିୟୁରେ ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ଚାହୁଁଚନ୍ତି। ଏଥିସହିତ ତାତ୍ସଲ୍ୟ କରି କୁହାଯାଇଛି ଯେ, ଯିଏ ବିଜେପିର ପ୍ରାର୍ଥୀ ଭାବେ ନିଜକୁ ଗ୍ରହଣ କରି ସାରିଛି ସେ ପୁଣି ମୁମ୍ବାଇ ପୁଲିସ୍‌ ଉପରେ ପ୍ରଶ୍ନ ଉଠାଉଛି। ଏହା ଏକ ହାସ୍ୟସ୍ପଦ କଥା ବୋଲି ଶିବସେନା ମୁଖପତ୍ର ସାମ୍ନାରେ ଉଲ୍ଲେଖ କରାଯାିଛି।

Comments are closed.