Odisha Link
Bridging the Missing Links in Odisha

କରୋନା: ରାଜଧାନୀରୁ ଆଉ ୧୦୯ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଲାଗିଛି। ଗଞ୍ଜାମ ଜିଲ୍ଲା ପରେ ଖୋର୍ଦ୍ଧା ଜିଲ୍ଲା ବେଶ୍‌ ପ୍ରଭାବିତ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜଧାନୀରୁ ଆଉ ୧୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଲରେ ରାଜଧାନୀରେ ୪୧୭୧ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ରାଜଧାନୀରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୧ରେ ପହଁଞ୍ଚିଥିବା ବେଳେ ସମେଧ୍ୟରୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆଉ ଅବଶିଷ୍ଟ ୧୩୩୯ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.