Odisha Link
Bridging the Missing Links in Odisha

ଆଣ୍ଡାମାନରେ ଇଣ୍ଟରନେଟ୍: ସମୁଦ୍ରତଳେ ଲାଗିଲା ୨୩୦୦ କିଲୋମିଟର କେବୁଲ୍

ନୂଆଦିଲ୍ଲୀ: ଦେଶରେ ପ୍ରଥମ ସମୁଦ୍ରତଳ ଅପ୍ଟିକାଲ୍‌ ଫାଇବର୍‌ କେବଲ୍‌ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚେନ୍ନାଇ ଠାରୁ ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜକୁ ସଂଯୋଗ କରୁଛି ଏହି ୨,୩୦୦ କିଲୋମିଟର ଦୀର୍ଘ ଇଣ୍ଟରନେଟ୍‌ କେବୁଲ ଲାଇନ୍। ଏହି ପ୍ରକଳ୍ପ ଦ୍ବାରା ମୂଳ ଭୂଖଣ୍ଡ ଭଳି ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ମଧ୍ୟ ଉଚ୍ଚବେଗର ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ।

ଗତକାଲି ଉଦ୍‌ଘାଟନ କରିବା ପରେ ଟୁଇଟର୍‌ରେ ଏହାର ଫଟୋ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ ଲେଖିଛନ୍ତି ଯେ ସେ ୨୦୧୮ରେ ଆଣ୍ଡାମାନ ଗସ୍ତରେ ଯାଇଥିବା ବେଳେ ସେଠାରେ ଇଣ୍ଟରନେଟ୍‌ ସେବା ଦୁର୍ବଳ ଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଜନତା। ଏହା ପରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା।

Comments are closed.