Odisha Link
Bridging the Missing Links in Odisha

ଗିରଫ ହେଲେ ଚିଲିକା ଡିଏଫ୍‌ଓ

ଚିଲିିକା: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା। ତାଙ୍କ ପାଖରୁ ଏକ କୋଟିରୁ ଉର୍ଦ୍ଦ୍ବ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି। କାଲି ଭୁବନେଶ୍ବର ଘର ସମେତ ୫ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ।
ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍ଓଙ୍କ ଆଲୋକ ରଞ୍ଜନ ହୋତା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଛି । ବାଲୁଗାଁସ୍ଥିତ ଅଫିସ ,ସରକାରୀ ବାସଭବନ ସମେତ ଖଣ୍ଡଗିରି ଡୁମଡୁମାଠାରେ ଥିବା ଘର, ଚନ୍ଦ୍ରଶେଖର ସ୍ଥିତ ୩ ମହଲା ଘର , ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର, ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢାଉ ହୋଇଛି। ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍‌, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଛି ।

Comments are closed.