ରାଜସ୍ଥାନ ରାଜନୀତି: ପାଇଲଟଙ୍କ ଘରବାହୁଡ଼ା, କହିଲେ..

ଜୟପୁର: ଦୀର୍ଘଦିନ ଧରି ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ବିରାମ ଲାଗିବାକୁ ଯାଉଛି। ରାଜସ୍ଥାନ କଂଗ୍ରେସ ମଧ୍ୟରେ ଯେଉଁ କଳହ ଲାଗି ରହିଥିଲା। ତାହା ଏବେ ଥମିବାରେ ଲାଗିଛି। ଗତକାଲି କଂଗ୍ରେସ ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକ ମାନେ ନରମ ହୋଇଛନ୍ତି। ଏଥିସହିତ ଗତକାଲି ସଚିନ୍ ପାଇଲଟ୍ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିଥିଲେ। ପରେ ସଚିନ ସମସ୍ତ ସମସ୍ୟା ନେଇ ଆଲୋଚନା କରିଥିଲେ।
କଂଗ୍ରେସ ପକ୍ଷରୁ ସଚିନଙ୍କୁ ଆଶ୍ବସନା ଦିଆଯାଇଛି। କଂଗ୍ରେସ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ଯେ, ଯେ ସଚିନଙ୍କ ଦ୍ବାରା ହୋଇଥିବା ଅଭିଯୋଗ ଓ ସଚିନ ଯେଉଁ ସମସ୍ୟା ଉପରେ ଆଲୋକପାତ କରିଥିଲେ ତାହା ଉପରେ ବିଚାର ବିମର୍ଶ ନରି ନିଷ୍କର୍କ ବାହାର କରାଯିବ। ଏଥିସହିତ ସଚିନଙ୍କୁ ସମ୍ମାନଜନକ ଭାବେ ଦଳକୁ ଫେରାଇ ଅଣାଯିବ ବୋଲି କୁହାଯାଇଛି।
ସଚିନ ପାଇଲଟଙ୍କ ଅଭିଯୋଗର ସମାଧାନ କରିବା ପାଇଁ କଂଗ୍ରେସ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ସେହି କମିଟିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ କେସି ଭେଣୁଗୋପାଳ ସାମିଲ ଅଛନ୍ତି। ଅପରପକ୍ଷେ ବିଳମ୍ବିତ ରାତ୍ରିରେ ସଚିନ ପାଇଲଟ୍ ପାର୍ଟି ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବିଳମ୍ବିତ ରାତ୍ରିରେ ସଚିନ ପାଇଲଟ୍ ଟୁଇଟ କରି ଲେଖିଛନ୍ତି ଯେ, ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳକୁ ଧନ୍ୟବାଦ ଜଣାଉଛି। ଆମର ସମସ୍ତ ସମସ୍ୟା ଓ ଅଭିଯୋଗ ଉପରେ ଧ୍ୟାନ ଦେଇଛନ୍ତି। ମୁଁ ମୋ ବିଶ୍ବାସ ଉପରେ ଦୃଢ଼ ଅଛି। ଏକ ସୁନ୍ଦର ଭାରତ ଗଠନ ପାଇଁ କାମ କରିଚାଲିଛି ଓ କରିଚାଲିବି ମଧ୍ୟ। ଯାହାଫଳରେ ରାଜସ୍ଥାନର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ କରାଯାଇପାରିବ। ଏଭଳି କିଛି କହିଛନ୍ତି ସଚିନ୍ ପାଇଲଟ୍।
I thank Smt Sonia Ji, @RahulGandhi Ji, @priyankagandhi Ji & @INCIndia leaders for noting & addressing our grievances.I stand firm in my belief & will continue working for a better India, to deliver on promises made to the people of Rajasthan & protect democratic values we cherish pic.twitter.com/kzS4Qi1rnm
— Sachin Pilot (@SachinPilot) August 10, 2020
Comments are closed.