Odisha Link
Bridging the Missing Links in Odisha

କରୋନା ମୁକାବିଲା: ଆଜିଠୁ ରାଜଧାନୀର ୯ଟି ସ୍ଥାନରେ କୋଭିଡ ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ରାଜ୍ୟର ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ତା ପଛକୁ ଖୋର୍ଦ୍ଧା ଜିଲ୍ଲା। ବିଶେଷକରି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଲରେ ଆଜିଠୁ କରୋନା ଟେଷ୍ଟକୁ ଆହୁରି ଜୋରଦାର କରାଯାଇଛି।

ବିଏମସି ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଆଜିଠୁ ଭୁବନେଶ୍ବରରେ ୯ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରାଯିବ। ଏହି କରୋନା ପରୀକ୍ଷା କେନ୍ଦ୍ର ଗୁଡିକ ହେଉଛି ନିଳାଦ୍ରୀ ବିହାର, ୟିନିଟ-୩, ପୋଖରୀପୁଟ, ୟୁନିଟ-୮, ୟୁନିଟ-୯, ସହିଦ ନଗର, ପଟିଆ, ଡୁମଡୁମା ଏବଂ ୟୁନିଟ-୪ ରେ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯିବ। ସକାଳ ୮ ଟାରୁ ଅପରାହ୍ନ ୨ଟ ପର୍ଯ୍ୟନ୍ତ ଏହି ଟେଷ୍ଟ ଚାଲିବ। ଏହି ରାପିଡ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରଗୁଡିକୁ ଲୋକେ ଆସି ଟେଷ୍ଟ କରାଇପାରିବେ।

Comments are closed.